ଚାଲିଗଲେ ଜେଜେ, ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ନିତ୍ୟାନନ୍ଦ

Published By : Prameya-News7 Bureau | March 25, 2023 IST

ଭଦ୍ରକ ୨୫।୦୩ : ଆଉନାହାନ୍ତି ବରିଷ୍ଠ ଯାତ୍ରା କଳାକର ନିତ୍ୟାନନ୍ଦ । ଦିନେ ଯିଏ ‘ଜେଜେ ତମେ ମିଛ କହିଲ’ ଯାତ୍ରା ଜରିଆରେ ଘରେ ଘରେ ପରିଚତ ହୋଇଥିଲେ । ଆଜି ସେ ଆଉ ନାହାନ୍ତି ।

ଖବର ଅନୁଯାୟୀ, କିଛି ଦିନ ଧରି ଅସୁସ୍ଥ ଥିଲେ ନିତ୍ୟାନନ୍ଦ । ଏହିକ୍ରମରେ ତାଙ୍କ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ଆଉ ସେ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ନିତ୍ୟାନନ୍ଦଙ୍କ ଦେହାନ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ନିଜ କ୍ୟାରିୟରରେ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ନିତ୍ୟାନନ୍ଦ । କିନ୍ତୁ ‘ଜେଜେ ତମେ ମିଛ କହିଲ’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଭଦ୍ରକ ଅଞ୍ଚଳର ବାସିନ୍ଦା ନିତ୍ୟାନନ୍ଦ ପାଢ଼ୀ । ସେ ଦୀର୍ଘ ୪୦ ବର୍ଷ ଧରି ଯାତ୍ରାରେ ଅଭିନୟ କରୁଥିଲେ । ଏହି ସମୟରେ ନିତ୍ୟାନନ୍ଦ ୨୦୦ ରୁ ଅଧିକ ନାଟକରେ ଅଭିନୟ କରିଛନ୍ତି । ଦର୍ଶକମାନଙ୍କ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.