oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମୋଦୀ କ୍ୟାବିନେଟ୍‌ରେ ସାମିଲ ହେବାକୁ ଚାହୁଁଛି ନୀତିଶଙ୍କ ପାର୍ଟି, ସଂପ୍ରସାରଣ ପୂର୍ବରୁ ଜେଡିୟୁ ମାଗିଲା ନିଜ ଭାଗ

12/06/2021 at 6:32 PM

ନୂଆଦିଲ୍ଲୀ ୧୨।୦୬: ସଂସଦର ମୌସୁମି ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିଙ୍କ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ଜେଡି ନଡ୍ଡା ପ୍ରାୟ ଚାରି ଘଣ୍ଟା ଧରି ବୈଠକ କରିଥିଲେ। ପଶ୍ଚିମବଙ୍ଗ ରାଜନୀତିରେ ବିଜେପିକୁ ଝଟକା ଲାଗିଥିବା ବେଳେ ଅନ୍ୟ ପଟେ ଏବେ ବିହାର ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଏବେ ଜେଡିୟୁ କ୍ୟାବିନେଟ୍‌ରେ ନିଜର ଭାଗ ଦାବି କରିଛି।

ଶନିବାର ଜେଡିୟୁର ରାଷ୍ଟ୍ରୀୟ ସଭାପତି ଆରସିପି ସିଂହ କହିଛନ୍ତି, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ମଧ୍ୟ ଭାଗିଦାରୀ ମିଳିବା ଉଚିତ୍। ଗଣମାଧ୍ୟମ ସହ ଆଲୋଚନା  ବେଳେ ଆରସିପି କହିଛନ୍ତି, ଏନଡିଏରେ ସାମିଲ ସମସ୍ତ ଦଳକୁ ସମ୍ମାନ ମିଳିବା ଉଚିତ୍। ଆଶା କରୁଛୁ କ୍ୟାବିନେଟ୍‌ ସଂପ୍ରସାରଣରେ ଜେଡିୟୁକୁ ଉଚିତ୍ ପଦ ମିଳିବ।

ଉଲ୍ଲେଖନୀୟ ୨୦୧୯ ଲୋକସଭା ନିର୍ବାଚନରେ ବିହାରର ୪୦ ଆସନରୁ  ବିଜେପି ଏବଂ ଜେଡିୟୁ ୧୭ଟି ଲେଖାଏଁ ଆସନରେ ନିର୍ବାଚନ ଲଢିଥିବା ବେଳେ ବାକି ଛଅଟି ଆସନରେ ରାମ ବିଳାସ ପାଶଓ୍ଵାନଙ୍କ ପାର୍ଟି ଏଲଜେପି ଲଢିଥିଲା। ନୀତିଶ କୁମାର କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଅଧିକ ମନ୍ତ୍ରୀ ପଦ ପାଇବାକୁ ଆଶା ରଖିଥିଲେ। କାରଣ ଛଅଟି ଆସନ  ଲଢିଥିବା ଏଲଜେପିକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଜାଗା ମିଳିଥିଲା। ସେହି ସମୟରେ ରାମବିଲାସ ପାସଓ୍ଵାନଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଥିଲା। ଏସବୁକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚାହୁଁଥିଲେ ଯେ, ତାଙ୍କ ପାର୍ଟିରୁ ଅତି କମରେ ତିନି ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ।

ତେବେ ୨୦୧୯ ନିର୍ବାଚନରେ ୩୦୩ ଆସନ ଜିତିଥିବା ବିଜେପି ସରକାରରେ ସାମିଲ ହେବାକୁ ଜେଡିୟୁ ମନା କରି ଦେଇଥିଲା। ସେହି ସମୟରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ଥିଲେ। ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁରୁ ମାତ୍ର ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବା ନେଇ ଅସନ୍ତୁଷ୍ଟ ଥିଲେ। ତେଣୁ ଅନ୍ତିମ ମୁହୂର୍ତ୍ତରେ ମୋଦୀ ସରକାରରେ ସାମିଲ ନହେବାକୁ ସେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ନୀତିଶ କୁମାର ମୋଦୀ କ୍ୟାବିନେଟ୍‌ରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

   Related Posts