INDIA ମିଟିଂ ପୂର୍ବରୁ ନିତିଶ କୁମାରଙ୍କ ବଡ଼ ବୟାନ, କହିଲେ-ବିରୋଧୀଙ୍କ ମେଣ୍ଟରେ ସାମିଲ ହୋଇପାରନ୍ତି ଆଉ କିଛି ଦଳ

Published By : Prameya-News7 Bureau | August 27, 2023 IST

ପାଟନା ୨୭।୮: ବିରୋଧୀ ଦଳଙ୍କ ମେଣ୍ଟ ‘ଇଣ୍ଡିଆ’ର ଆଗାମୀ ତଥା ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ୩୧ ଅଗଷ୍ଟ ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ରବିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ବୈଠକ କାଳରେ ଆଉ କିଛି ରାଜନୈତିକ ଦଳ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇପାରନ୍ତି। ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଧିକରୁ ଅଧିକ ପାର୍ଟିଙ୍କୁ ଏକଜୁଟ କରିବାକୁ ଚାହୁଁଛୁ ଓ ମୁଁ କେବଳ ସେହି ଉଦ୍ଦେଶ୍ୟରେ କାମ କରୁଛି ଏହା ଛଡା ମୋ ପାଇଁ ମୋର କୌଣସି ଚିନ୍ତା ନାହିଁ।

{"id":836662,"sizeSlug":"full","linkDestination":"none"}

ତେବେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ଆଗାମୀ ବୈଠକରେ ଇଣ୍ଡିଆ  ମେଣ୍ଟରେ ଯୋଗଦେବାକୁ ଥିବା ରାଜନୈତିକ ଦଳମାନଙ୍କର ନାମ କହି ନାହାନ୍ତି। ତେବେ ଏହି ବୈଠକରେ ଆସନ ବୁଝାମଣା ନେଇ ନିଶ୍ଚିତ ଆଲୋଚନା ହେବ ବୋଲି ସେ କହିଛନ୍ତି। ନିତିଶ କୁମାର କହିଛନ୍ତି ଯେ ମୁମ୍ବାଇ ବୈଠକ କାଳରେ ଆଗାମୀ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିରୋଧୀ ମେଣ୍ଟଙ୍କ ରଣନୀତି ସମ୍ପର୍କରେ ଆଲୋଚନା ହେବ। ଏଥିରେ ସିଟ୍‌ ସେୟାରିଂ ଭଳି ପ୍ରସଙ୍ଗରେ ଚର୍ଚ୍ଚା କରାଯିବା ସହ ଅନ୍ୟ ପ୍ରସଙ୍ଗକୁ ମଧ୍ୟ ଚୂଡ଼ାନ୍ତ ରୂପ ଦିଆଯିବ।

{"id":836663,"sizeSlug":"full","linkDestination":"none"}

ନିତିଶ କୁମାର ମୁମ୍ବାଇ ବୈଠକରେ ଯୋଗ ଦେବା ସମ୍ପର୍କରେ କହିଛନ୍ତି ଯେ ମୁଁ ତ ନିଶ୍ଚିତ ଯୋଗଦେବି। ଏପର୍ଯ୍ୟନ୍ତ ନିତିଶ କୁମାର ନିଜ ପାଇଁ କିଛି ଚାହୁଁ ନଥିବା କଥା କହୁଛନ୍ତି। ତେବେ ବିହାରରେ ତାଙ୍କ ଦଳ  ବିରୋଧୀ ମେଣ୍ଟଚରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି  ଲଗାତାର ଦାବି କରୁଛି। ଏଥିରେ ବିହାର ମନ୍ତ୍ରୀ ଓ ଜେଡିୟୁ ନେତା ଶ୍ରବଣ କୁମାର କହିଛନ୍ତି ଯେ ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଲୋକେ ନିତିଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଥିବା କହିଛନ୍ତି। ନିତିଶ ହିଁ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ଯୋଗ୍ୟତମ ପ୍ରାର୍ଥୀ ବୋଲି ସେ କହିଛନ୍ତି। ତେବେ ନିତିଶ କୁମାର ନିଜେ ନା ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ନା ସଂଯୋଜକ।  

ରାହୁଲ ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ; ‘ଇଣ୍ଡିଆ’ ମେଣ୍ଟର ମୁମ୍ବାଇ ମିଟିଂ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.