ବିଜେପି ବିରୋଧୀ ମେଣ୍ଟ ପାଇଁ ଅଣ୍ଟା ଭିଡ଼ିଛନ୍ତି ନୀତୀଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିପାରନ୍ତି ସାକ୍ଷାତ
7/09/2022 at 2:26 PM

ଭୁବନେଶ୍ୱର ୦୭/୦୯: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମିଶନ ୨୦୨୪ । ବିରୋଧୀ ଏକତା ଓ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନୂଆ ରଣନୀତିି ଲକ୍ଷ୍ୟ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି ନୀତିଶ କୁମାର ।
ଏହି ପରିପ୍ରେକ୍ଷୀରେ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇଏମ ନେତା ସୀତରାମ ୟେଚୁରିଙ୍କୁ ନୀତିଶ ଭେଟିଛନ୍ତି । ଏମିତିକି ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଆହୁରି ମଧ୍ୟ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି କୁହାଯାଉଛି ।
ତେବେ ଯାହା ଶୁଣିବାକୁ ମିଳୁଛି ଓଡ଼ିଶା ମଧ୍ୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ । ମୋଦୀ ବିରୋଧୀଙ୍କୁ ଏକାଠି କରିବାକୁ ଜେଡିୟୁ ମୁଖ୍ୟଙ୍କ ଜୋରଦାର ପ୍ରୟାସ କରୁଛନ୍ତି ନବୀନଙ୍କୁ ଭେଟି ପାରନ୍ତି ନୀତୀଶ ।