ଏନଡିଏ ଛାଡିବା ପରେ ନୀତୀଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ

Published By : Prameya-News7 Bureau | August 09, 2022 IST

ପାଟନା: ବିହାର ରାଜ୍ୟପାଳ ଫାଗୁ ଚୌହାନକୁ ନିଜର ଇସ୍ତଫା ଦେବା ପରେ ନୀତୀଶ କୁମାର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ନୀତୀଶ କୁମାର କହିଛନ୍ତି, ସମସ୍ତ ସାଂସଦ ଏବଂ ବିଧାୟକଙ୍କ ମିଳିତ ସହମତି ପରେ ଏନଡିଏ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି ।  ବିଜେପି ସହ ମିଶି କାମ କରିବା ଅସହଜ ହୋଇଥିଲା । ସେ କହିଛନ୍ତି, 'ଆଜି ଆମର ସମସ୍ତ ବିଧାୟକ, ସାଂସଦ ଏବଂ କର୍ମୀଙ୍କ ସହ ଆଲୋଚନା ହୋଇଛି । ଏନଡିଏ ଛାଡିବା ପାଇଁ ସମସ୍ତ ମତ ରଖିଥିଲେ। ଏଥିପାଇଁ ଆଜି ଆମେ ଏହି ନିଷ୍ପତ୍ତି ନେଇଛୁ'।

ତେବେ ବିଜେପି ସହ କଣ ଅସୁବିଧା ଥିଲା ପ୍ରଶ୍ନରେ ନୀତୀଶ କୁମାର ସିଧା କୌଣସି ଉତ୍ତର ନ ରଖି, ଆଗାମୀ ଦିନରେ କହିବୁ ବୋଲି କହିଛନ୍ତି । ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେବା ପରେ ରାବଡୀ ଦେବୀଙ୍କ ଘରେ ପହଞ୍ଚିଛନ୍ତି ନୀତୀଶ କୁମାର ।

wp:html /wp:html

ନୀତୀଶ କୁମାର ଏବେ ଆରଜେଡି ସହ ମିଶି ବିହାରରେ ସରକାର ଗଠନ କରିବେ । ସୂଚନା ଅନୁସାରେ, ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ଆରଜେଡି ପାଖରେ ରହିବ । ତେଜସ୍ୱୀ ଯାଦବ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବ । ଆରଜେଡି ନେତାଙ୍କ ବୟାନ ଅନୁସାରେ, ମନ୍ତ୍ରଣାଳ ବଣ୍ଟନରେ କୌଣସି ମତଭେଦ ହେବ ନାହିଁ । ଅନ୍ୟପଟେ ତେଜସ୍ୱୀ ଯାଦବ କହିଛନ୍ତି, 'ଆମ ପାଖରେ ୧୬୦ ବିଧାୟକଙ୍କ ଶକ୍ତି ରହିଛି । ଯଦି ବିଜେପି ଅସ୍ଥିରତା ସୃଷ୍ଟି କରିବାକୁ ଚାହେଁ କିମ୍ୱା ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ପ୍ରୟାସ କରେ ତେବେ ଆମଏ କଡା ଜବାବ ଦେବୁ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.