ଆକ୍ସନ ମୋଡରେ ନୀତିଶ ସରକାର : ଏକା ସାଙ୍ଗରେ ୬୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୮୫ ବରଖାସ୍ତ
3/12/2020 at 3:16 PM

ପଟନା ୩/୧୨: ଦୁର୍ନୀତି ବିରୁଦ୍ଧରେ ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରି ନୀତିଶ କୁମାର ସରକାର ୮୫ଜଣ ପୋଲିସ୍ କର୍ମଚାରୀଙ୍କୁ ସେବାରୁ ବରଖାସ୍ତ କରି ଦିଆଯାଇଛି,ଯେଉଁମାନଙ୍କ ବିରୋଧରେ ଦୁର୍ନୀତିରେ ସାମିଲ ହେବାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚାଲିଥିଲା। ଏହାକୁ ନେଇ ନୀତିଶ କୁମାର ସରକାର ସରକାରୀ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି।
ବିହାର ସରକାରଙ୍କ ଏହି ନୋଟିଫିକେସନରେ କୁହାଯାଇଛି ଯେ କିଭଳି ଭାବେ ୮୫ଜଣ ପୋଲିସ୍ କର୍ମଚାରୀ ମଦ ବନ୍ଦୀ ଆଇନ ଉଲ୍ଲଙ୍ଘନ,ବାଲି ଖନନରେ ଦୁର୍ନୀତି ଏବଂ ଜମି ବିବାଦରେ ସଂଗ୍ରହକୁ ନେଇ ସାକ୍ଷ୍ୟ ମିଳିଥିଲା ଯାହା ଆଧାରରେ ଏମାନଙ୍କୁ ସେବାରୁ ବରଖାସ୍ତ କରି ଦିଆଯାଇଛି।
ନୀତିଶ ସରକାର ୬୪୪ଜଣ ଅନ୍ୟ ପୋଲିସ୍ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯାନୁଷ୍ଠାନ ମଧ୍ୟ କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟରେ ଦାୟିତ୍ବ ଉଲ୍ଲଙ୍ଘନ କରିବାର ଅଭିଯୋଗ ହୋଇଥିଲା। ନୋଟିଫିକେସନରେ ସରକାର କହିଛନ୍ତି ଯେ ,‘ବିହାର ସରକାର ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରି ନଭେମ୍ବର ଯାଏଁ ମଦ୍ୟ ନିଷେଧ ଅଧିନିୟମରେ ଉଲ୍ଲଙ୍ଘନ,ବେଆଇନ୍ ବାଲି ଖନନ ଏବଂ ପରିବହନରେ ସଂଲିପ୍ତତା,ଜମି ସମ୍ବନ୍ଧୀୟ ମାମଲା ଏବଂ ଦୁର୍ନୀତି ମାମଲାରେ ଦାୟିତ୍ବହୀନତା ମାମଲାରେ ୬୪୪ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।’