ସମ୍ପତ୍ତି ବିକିବାକୁ ଚାହୁଁଛନ୍ତି ନୀତିଶ ଭରଦ୍ୱାଜଙ୍କ ପୂର୍ବତନ ପତ୍ନୀ, କୋର୍ଟଙ୍କଠାରୁ ଲୋଡିଲେ ସାହାଯ୍ୟ

Published By : Prameya-News7 Bureau | February 24, 2024 IST

ମୁମ୍ୱାଇ ୨୪/୦୨: ଫେମସ ଟେଲିଭିଜନ ଷ୍ଟାର ତଥା ମହାଭାରତର 'କୃଷ୍ଣ' ନୀତିଶ ଭରଦ୍ୱାଜଙ୍କ ପିଛe ଛାଡୁନି ବିବାଦ । ଦିନେ ଚୁଟକିରେ ସବୁ ସମସ୍ୟାର ସମାଧାନ କରୁଥିବା ଅଭିନେତା ଆଜି ନିଜ ଜୀବନର ସମସ୍ୟାରେ ଛନ୍ଦି ହୋଇ ପଡିଛନ୍ତି । ଅର୍ଥାତ୍ ଅଭିନେତା ନୀତୀଶ ଭରଦ୍ୱାଜଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ ।

ନିକଟରେ ସେ ତାଙ୍କ ପୂର୍ବତନ ପତ୍ନୀ ଏବଂ ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ସ୍ମିତା ଭରଦ୍ୱାଜଙ୍କୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ । ଅଭିନେତା କହିଥିଲେ ଯେ ତାଙ୍କର ପୂର୍ବତନ ପତ୍ନୀ ସ୍ମିତା ତାଙ୍କ ଯାଆଁଳା ଝିଅଙ୍କୁ ଭେଟିବାକୁ ଦିଅନ୍ତି ନାହିଁ । ଏବେ କିନ୍ତୁ ସେ ନୀତୀିଶ ଭରଦ୍ୱାଜଙ୍କ ସମ୍ପତ୍ତି ବିକ୍ରି କରିବାକୁ ସ୍ମିତା କୋର୍ଟ ପହଞ୍ଚିଛନ୍ତି ।

ଖବର ଅନୁଯାୟୀ, ଫେବୃଆରୀ ୨୩ରେ ନୀତୀଶଙ୍କ ସମ୍ପତ୍ତି ବିକ୍ରି ପାଇଁ ସ୍ମିତା ଭରଦ୍ୱାଜ ମୁମ୍ବାଇର ଫ୍ୟାମିଲି କୋର୍ଟରୁ ସହାୟତା ଲୋଡିଛନ୍ତି । ଛାଡପତ୍ର ବଦଳରେ ସେ ଟଙ୍କା ମାଗିଛନ୍ତି । ସ୍ମିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନୀତିଶ ଝିଅମାନଙ୍କର ପ୍ରତିପୋଷଣ ପାଇଁ ଗୋଟିଏ ଟଙ୍କା ଦେଉନାହାଁନ୍ତି । ଯେତେବେଳେକି ଝିଅମାନଙ୍କ ଖର୍ଚ୍ଚ ପାଇଁ ପ୍ରତି ମାସରେ ୧୦, ୧୦ ହଜାର ଦେବାକୁ ନିର୍ଦ୍ଦେଶନାମା ରହିଛି ।

ନୀତିଶ ଭରଦ୍ୱାଜଙ୍କ ମୁତାବକ ତାଙ୍କ ଦୁଇ ଝିଅଙ୍କ ପାଇଁ ପ୍ରତିମାସରେ ୧୦ ହଜାର ଲେଖାଏଁ ଦେବାକୁ ସ୍ମିତା କୋର୍ଟରେ ଏକ ଆବେଦନ କରିଛନ୍ତି । ଏହି ଆବେଦନକୁ 'ଡାର୍କହାଷ୍ଟ' କୁହାଯାଏ । ନିତିଶଙ୍କ ପୂର୍ବତନ ପତ୍ନୀ ତାଙ୍କ ପୁରୁଣା ଜିନିଷ ବିକ୍ରୟ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଯାହା ଦ୍ୱାରା ସେ ସେହି ଜିନିଷରୁ ପ୍ରାପ୍ତ ଟଙ୍କା ସହିତ ନିଜ ଝିଅମାନଙ୍କୁ ବଞ୍ଚାଇପାରିବେ ।

ସ୍ମିତାଙ୍କ ଓକିଲ ଚିନ୍ମୟ ବୈଦ୍ୟ ନିଶ୍ଚିତ କରିଛନ୍ତି ଯେ ମହାନଗର ନିଗମର ବାନ୍ଦ୍ରା ପରିବାର କୋର୍ଟରେ 'ଡାର୍କହାଷ୍ଟ' ଦାଖଲ କରାଯାଇଛି । ସେ କହିଛନ୍ତି ଯେ ଡିସେମ୍ବର ପରଠାରୁ ନୀତୀଶ ଭରଦ୍ୱାଜ ତାଙ୍କ ଝିଅମାନଙ୍କର ଲାଳନପାଳନ ପାଇଁ ରାଶି ପ୍ରଦାନ କରିନାହାଁନ୍ତି ଯାହା କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି । ଏହି କାରଣରୁ ମୋତେ ମୋ ସ୍ମିତାଙ୍କ ତରଫରୁ ପୁନରୁଦ୍ଧାର ପ୍ରକ୍ରିୟା ଦାଖଲ କରିବାକୁ ପଡିଲା । ମାମଲା ଏବେ କୋର୍ଟରେ ବିଚାରାଧୀନ । ନୀତିଶ ଭରଦ୍ୱାଜ କହିଛନ୍ତି ଯେ ତାଙ୍କ ଓକିଲଙ୍କ ସହ ଏପରି କୌଣସି ଆବେଦନପତ୍ର ଦାଖଲ ହୋଇଛି କି ନାହିଁ ମୋର ଓକିଲଙ୍କ ସହ କଥା ହେବାକୁ ପଡ଼ିବ । ଯଦି ଏହା ଘଟେ, ଆମେ ନିଶ୍ଚିତ ଭାବରେ ଏହାର ପ୍ରତିକ୍ରିୟା କରିବୁ ।

ସୂଚନା ଥାଉକି, ନୀତିଶ ଭରଦ୍ୱାଜ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ସ୍ମିତାଙ୍କୁ ମାର୍ଚ୍ଚ ୧୪, ୨୦୦୯ରେ ଦ୍ୱିତୀୟ ବିବାହ କରିଥିଲେ । ଉଭୟ ପ୍ରଥମ ବିବାହରେ ଛାଡପତ୍ର ହୋଇଥିଲେ । କୁହାଯାଏ ଯେ ଦୁହେଁ କିଛି ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ସାକ୍ଷାତ ହୋଇଥିଲେ । ପରେ ସେମାନଙ୍କ ବିବାହ ହୋଇଥିଲା । ୨୦୨୯ରେ ଅଭିନେତା ଛାଡପତ୍ର ପାଇଁ ଆବେଦନ କରିଥିଲେ । ପରେ ୨୦୨୨ ମସିହାରେ ସ୍ମିତାଙ୍କଠାରୁ ଛାଡପତ୍ର ନେଇଥିଲେ ।

wp:embed {"url":"https://www.prameyanews7.com/as-russias-full-scale-invasion-enters-its-third-year-optimism-for-ukraine-sinks/","type":"wp-embed","providerNameSlug":"prameya-news-7"}
https://www.prameyanews7.com/as-russias-full-scale-invasion-enters-its-third-year-optimism-for-ukraine-sinks/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.