ବିହାର ବିଧାନସଭା ଶକ୍ତି ପରୀକ୍ଷାରେ ନୀତୀଶ ସରକାର ପାସ୍, ସପକ୍ଷରେ ମିଳିଲା ୧୬୦ ଭୋଟ, ବିଜେପିର ୱାକଆଉଟ୍
24/08/2022 at 8:05 PM

ପାଟନା ୨୪।୮: ବିହାର ବିଧାନସଭା ଶକ୍ତି ପରୀକ୍ଷାରେ ନୀତୀଶ ସରକାର ବୁଧବାର ଉତୀର୍ଣ୍ଣ ହୋଇଛନ୍ତି। ବିଧାନସଭାରେ ବାଚନିକ ଭୋଟରେ ଆସ୍ଥାମତ ଗୃହୀତ ହୋଇଥିବା ବେଳେ ସପକ୍ଷରେ ୧୬୦ ଭୋଟ ପଡିଛି। ବିଜେପି ୱାକ୍ ଆଉଟ୍ କରିଯିବାରୁ ବିପକ୍ଷରେ ଗୋଟିଏ ବି ଭୋଟ ପଡି ନାହିଁ। ତେବେ ଏହା ପୂର୍ବରୁ ଗୃହରେ ମତଦାନ ଲାଗି ଦାବି କରାଯାଇଥିଲା।

ବିହାର ବିଧାନସଭାରେ ଆସ୍ଥା ଭୋଟ ଆରମ୍ଭରୁ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଆସ୍ଥାଭୋଟ ପାଇଁ ବିଧାନସଭାରେ ପ୍ରଥମେ ମତଦାନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ତେବେ ବିଜେପି ମତଦାନକୁ ଅଗ୍ରାହ୍ୟ କରିଦେଇଥିଲା। ତେବେ ଆସ୍ଥା ଭୋଟ ପୂର୍ବରୁ ସଦନରେ ଚର୍ଚ୍ଚା ହୋଇଥିଲା। ଏଥିରେ ସମାଜବାଦ ବିଚାରଧାରାର ପାର୍ଟି ଏକ ସାଙ୍ଗରେ ଆସିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ। ଯେତେବେଳେ ମେଣ୍ଟ ପାର୍ଟିକୁ ନଷ୍ଟ କରିବାରେ ଲାଗିଲା ସେତେବେଳେ ଆମେ ଯେଉଁଠୁ ଆସିଥିଲୁ ପୁଣି ସେଇଠାକୁ ଫେରିବାକୁ ବିଚାର କରିଥିଲୁ ବୋଲି ନୀତୀଶ କହିଥିଲେ। ଏବେ ମିଶିକରି ବିହାରର ବିକାଶ କରିବୁ ବୋଲି କହିଛନ୍ତି।

ନୀତୀଶ କହିଥିଲେ ଯେ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଥିଲା। ଏଣୁ ବିଜେପିର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେତେବେଳେ ଆମେ ଚାହିଁଥିଲୁ। ତେବେ ମୋତ ଜବରଦସ୍ତ ମୁଖ୍ୟମନ୍ତ୍ରୀ କରାଯାଇଥିଲା ଓ ମୁଁ ଯାହାକୁ ଆଗକୁ ବଢାଉଥିଲି ତାକୁ ମୋ ବିରୋଧରେ ବଢେଇ ଦିଆଯାଉଥିଲାବୋଲି କହିଛନ୍ତି ନୀତୀଶ। ଆଜି ଗୋଟିଏ କି ଦୁଇଟି ନୁହେଁ ଗୃହରେ ଜେଡିୟୁ କୁ ୭ଟି ପାର୍ଟିଙ୍କ ସମର୍ଥନ ମିଳି ଥିବାରୁ ବିହାର ସରକାର ପାଇଁ କୌଣସି ଭୟ ନଥିବା ନୀତୀଶ କହିଛନ୍ତି।