oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ନୀତିଶଙ୍କ ନୂଆ ଟିମ୍ : ଶପଥ ନେଲେ ୩୧ ମନ୍ତ୍ରୀ, ଲାଲୁଙ୍କ ପୁଅ ତେଜପ୍ରତାପ ବି ସାମିଲ

16/08/2022 at 1:46 PM

ନୂଆଦିଲ୍ଲୀ, ୧୬|୦୮:  ନୀତିଶ କୁମାରଙ୍କ ନୂଆ ଟିମ୍ । ମନ୍ତ୍ରୀ ଭାବେ ଶପଥ ନେଲେ ୩୧ ବିଧାୟକ । ବିହାରରେ ସରକାର ପରିବର୍ତ୍ତନ ପରେ ମଙ୍ଗଳବାର ମନ୍ତ୍ରିମଣ୍ଡଳର ବିସ୍ତାର କରାଯାଇଛି ।

୩୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସେମାନଙ୍କୁ ଶପଥ ପାଠ କରାଇଛନ୍ତି । ଯେଉଁ ବିଧାୟକଙ୍କୁ ମନ୍ତ୍ରୀପଦ  ମିଳିବ ସେମାନଙ୍କୁ ସୋମବାର ରାଜଭବନରୁ ଫୋନ୍ ଯାଇଥିଲା ।  

ନୂଆକରି ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକଙ୍କ ତାଲିକାଲେ ଲାଲୁ ଯାଦବଙ୍କ ପୁତ୍ର ତେଜପ୍ରତାପ ଯାଦବ ରହିଛନ୍ତି । ଜେଡିୟୁକୁ ଆରଜେଡି ଅପେକ୍ଷା ଅଧିକ ମନ୍ତ୍ରୀପଦ ମିଳିଛି । କଂଗ୍ରେସ ପୂର୍ବ ମହାମେଣ୍ଟ ସରକାର ତୁଳନାରେ କମ୍ ମନ୍ତ୍ରୀପଦ ପାଇଛି । ତେବେ ସବୁଠୁ ବଡ ଝଟକା ଜେଡିୟୁ ସଂସଦୀୟ ଦଳ ଅଧ୍ୟକ୍ଷ ଉପେନ୍ଦ୍ର କୁସଓ୍ୱାହାଙ୍କୁ ଲାଗିଛି । ତାଙ୍କ ସମେତ ଜେଡିୟୁ ଓ ଆରଜେଡିର ଅନେକ ନେତା ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ ।

ଆରଜେଡିରୁ ୧୬ ଜଣ ବିଧାୟକ, ଜେଡିୟୁରୁ ୧୧, କଂଗ୍ରେସରୁ ଦୁଇ ଜଣ ଓ ଜଣେ ସ୍ୱାଧିନ ବିଧାୟକ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ।

ମନ୍ତ୍ରୀ ତାଲିକା

ଜେଡିୟୁ(୧୧ ଜଣ)

ବିଜୟ କୁମାର ଚୌଧରୀ, ବିଜେନ୍ଦ୍ର ଯାଦବ, ଶ୍ରବଣ କୁମାର, ଅଶୋକ ଚୌଧରୀ, ଲାନସି ସିଂ, ସଞ୍ଜୟ ଝା, ମଦନ ସହନୀ, ଶୀଳା କୁମାରୀ, ସୁନୀଲ କୁମାର, ମହମ୍ମଦ ଜମା ଖାନ୍, ଜୟନ୍ତ ରାଜ

ଆରଜେଡି(୧୬ଜଣ)

ତେଜପ୍ରତାପ ଯାଦବ, ଆଲୋକ ମେହେଟା, ସୁରେନ୍ଦ୍ର ପ୍ରସାଦ ଯାଦବ, ରମାନନ୍ଦ ଯାଦବ, କୁମାର ସର୍ବଜିତ, ଲଳିତ ଯାଦବ, ସମୀର କୁମାର, ଜିତେନ୍ଦ୍ର କୁମାର ରାୟ, ଅନୀତା ଦେବୀ, ସୁଧାକର ସିଂ, ଇସରାଇଲ ମନସୁରୀ, କାର୍ତ୍ତିକେୟ ସିଂ, ଶାହନବାଜ ଆଲମ, ସମିମ ଅହମ୍ମଦ,

କଂଗ୍ରେସ(୨)

ଆଫାକ ଆଲମ, ମୁରାରୀ ଗୌତମ

ହାମ୍ ଓ ସ୍ୱାଧିନ ବିଧାୟକ

ସନ୍ତୋଷ କୁମାର, ସୁମିତ କୁମାର ସିଂ

   Related Posts