ନୂଆଦିଲ୍ଲୀ ୩୦/୦୯: କରୋନା ଭାଇରସକୁ ମାତ୍ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। କରୋନା ସଂକ୍ରମଣରୁ ମୁକ୍ତ ହୋଇ ସେ ଏବେ ପୂରା ସୁସ୍ଥ ଅଛନ୍ତି। ଗଡ଼କରି ଆଜି (ବୁଧବାର) ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସମସ୍ତଙ୍କ ଆଶୀର୍ବାଦ ଓ ଶୁଭକାମନା ଯୋଗୁ ସେ କରୋନାରୁ ସୁସ୍ଥ ହୋଇଥିବା କହିଛନ୍ତି। ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
wp:core-embed/twitter {"url":"https://twitter.com/nitin_gadkari/status/1311224283792732160","type":"rich","providerNameSlug":"twitter","className":""} /wp:core-embed/twitterବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ସଂସଦ ଅଧିବେଶନରେ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠୁ ସେ ଆଇସୋଲେସନରେ ଥିଲେ।