ଗୁଜରାଟ ନିର୍ବାଚନ: ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଗଡକରୀ ଓ ବିଜୟ ରୂପାଣୀ

Published By : Prameya-News7 Bureau | November 11, 2022 IST

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରର ଅନେକ ହେବି ୱେଟ୍ ନେତା ସାମିଲ୍ ଅଛନ୍ତି । ଏଥିରେ ଅମିତ ଶାହ, ରଞ୍ଜନ ସିଂହ, ନୀତୀନ ଗଡ଼କାରୀଙ୍କୁ ବି ସାମିଲ୍ କରାଯାଇଛି।

କେବଳ ସେତିକି ନୁହେଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା,ଏବଂ ସ୍ମୃତି ଇରାନୀ ମଧ୍ୟ ପ୍ରଚାରକ ତାଲିକାରେ ରହିଛନ୍ତି । ତା ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଓ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବି ତାଲିକାରେ ସାମିଲ ଅଛନ୍ତି।

ସେହିପରି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ୍ ହୋଇଥିବା ବେଳେ ଉଭୟ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଭୋଜପୁରୀ ଅଭିନେତା ଗାୟକ ତଥା ସାଂସଦ ମନୋଜ ତିୱାରୀ, ରବି କିଶାନ, ଦିନେଶ ଲାଲ୍ ଯାଦବ, ନିରହୁଆ ମଧ୍ୟ ଗୁଜରାଟ ପାଇଁ ପ୍ରଚାର କରିବାକୁ ଯିବେ । ଏମାନେ ବି ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.