ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଆଜି ଶେଷଦିନ : ଆଜି ନାମାଙ୍କନ ଦାଖଲ କରିବେ କିଛି ବରିଷ୍ଠ ନେତା

Published By : Prameya-News7 Bureau | March 25, 2019 IST

ଦିଲ୍ଲୀ ୨୫/୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ଦିନ | କଂଗ୍ରେସର ୫ଜଣ ପ୍ରାର୍ଥୀ ଏବଂ ବିଜେପିର ଶେଷ ୩ଜଣ ପ୍ରାର୍ଥୀ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିବେ | ପୂର୍ବରୁ ଗଢଵାଲରୁ ବିଜେପି ପ୍ରାର୍ଥୀ ତୀର୍ଥ ସିଂ ରାବତ ଏବଂ ଟିହାରିରୁ ମାଳା ରାଜଲକ୍ଷ୍ମୀ ଶାହ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଆଜି ଉତ୍ତର ପ୍ରଦେଶର କିଛି ବରିଷ୍ଠ ନେତା ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ |


ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ ଆସନ ପାଇଁ ଭୋଟ ଗ୍ରହଣ ହେବ | ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ନାଗପୁର ଆସନ, ରାଜ ବବର ଫତେପୁରସିକ୍ରି ଆସନ, ଜେନେରାଲ ବି.କେ.ସିଂ ଗଜିଆବାଦ ଆସନ, ହେମା ମାଳିନୀ ମଥୁରା ଆସନ, ନାସିମୁଦ୍ଦିନ ସିଦ୍ଦିକି ବିଜନୌର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ | ପୂର୍ବତନ ପ୍ରଦାହନମନ୍ତ୍ରୀ ଏଚ.ଦି.ଦେବେଗୌଡ଼ା ମଧ୍ୟ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିବେ |


ଆମ ଆଦମୀ ପାର୍ଟି ଏବଂ ଶିବପାଲ ସିଂ ଯାଦବଙ୍କ ଦଳ ପ୍ରସପା-ଲୋହିଆର ପ୍ରାର୍ଥୀଙ୍କ ସମେତ ଅନେକ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିବେ | ଗୌତମବୁଦ୍ଧ ନଗର ଲୋକସଭା ଆସନ ପାଇଁ ଏବେପର୍ଯ୍ୟନ୍ତ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ବିଜେପିରୁ ଡାକ୍ତର.ମହେଶ ଶର୍ମା ଏବଂ କଂଗ୍ରେସରୁ ଡାକ୍ତର.ଅରବିନ୍ଦ ସିଂଙ୍କ ଛଡା ମହାମେଣ୍ଟର ସତବୀର ନାଗର ଏବଂ ନିର୍ଦଳୀୟ ପ୍ରାର୍ଥୀ ଭାବେ ଅଶୋକ କମାଣ୍ଡୋ ନାମାଙ୍କନ ଦାଖଲ କରିଛନ୍ତି | ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୮ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ |


ଆମ ଆଦମୀ ପାର୍ଟି ପ୍ରାର୍ଥୀ ଶ୍ଵେତା ଶର୍ମା ଏବଂ ପ୍ରସପା-ଲୋହିଆର ପ୍ରାର୍ଥୀ ଜିତେନ୍ଦ୍ର ସିଂ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ | ଏହାଛଡା ସମାଜବାଦୀ ପାର୍ଟି ନେତା ନରେନ୍ଦ୍ର ଭାଟିଙ୍କ ତରଫରୁ ମଧ୍ୟ ନାମାଙ୍କନ ପତ୍ର ଲେଖାଯାଇଛି | ତେବେ ନରେନ୍ଦ୍ର ଭାଟି ନାମାଙ୍କନ ଦାଖଲ କରିବେ ନା ନାହିଁ ତାହା ଆଜି ସ୍ପଷ୍ଟ ହେବ | ମାର୍ଚ୍ଚ ୧୬ ତାରିଖ ଅର୍ଥାତ ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ମାର୍ଚ୍ଚ ୨୮ ତାରିଖ ନାଁ ଫେରସ୍ତର ଶେଷ ତାରିଖ | ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ ତାରିଖରେ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.