oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଉଦ୍ଧବ ଠାକରେଙ୍କୁ ପରୋକ୍ଷରେ ଆକ୍ଷେପ କଲେ ନିତିନ ଗଡକରୀ, କହିଲେ- ବିଜେପି ସେହି ଦଳ ନାହିଁ ଯେଉଁଠି ସିଏମଙ୍କ ପୁଅ ମନ୍ତ୍ରୀ ହେବ

13/08/2022 at 10:56 PM

ମୁମ୍ୱାଇ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚେନ୍ଦ୍ରଶେଖର ବବନକୁଲେଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଏହାସହ ଏହା କେବଳ ବିଜେପିରେ ସମ୍ଭବ ବୋଲି କହିଛନ୍ତି । ଜଣେ ସାଧାରଣ କର୍ମୀ ନିଜ କର୍ମରେ ପାର୍ଟିର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବା କେବଳ ବିଜେପିରେ ହିଁ ସମ୍ଭବ। ଏହାସହ ସେ କହିଛନ୍ତି, ବିଜେପି ସେହି ଦଳ ମଧ୍ୟରେ ନାହିଁ, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ପୁଅ ଆପେ ଆପେ ମନ୍ତ୍ରୀ ହୋଇଯିବ । କୁହାଯାଉଛି ଏପରି କହି ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଟର୍ଗେଟ କରିଛନ୍ତି ।

ଗଡକରୀ କହିଛନ୍ତି, କୌଣସି ନେତାର ପୁଅ ହେବା କିଛି ଭୁଲ ନାହିଁ । କିନ୍ତୁ ଦଳରେ କୌଣସି ପଦବୀ ପାଇବା ଲୋକଙ୍କୁ ନିଜର ଯୋଗ୍ୟତା ଦେଖାଇବାକୁ ପଡିବ । ଦିନେ ନାଗପୁରରେ ଅଟୋ ରିକ୍ସା ଚଳାଉଥିବା ଚନ୍ଦ୍ରଶେଖର ରାଜ୍ୟର ଅଧ୍ୟକ୍ଷ ହେବା ପାଇଁ ଲମ୍ୱା ରାସ୍ତା ଅତିକ୍ରମ କରିଛନ୍ତି । ଏହା ପୂର୍ବରୁ ୨୦୧୪ ମସିହାରେ ଦେବେନ୍ଦ୍ର ଫଡଣଭୀସଙ୍କ ମନ୍ତ୍ରିମଣ୍ଡଳରେ ରାଜ୍ୟର ଶକ୍ତି ମନ୍ତ୍ରୀ ଥିଲେ । ତେବେ ୨୦୧୯ ମସିହାରେ ଦଳ ତାଙ୍କୁ ଟିକେଟ୍ ଦେବାକୁ ମନା କରି ଦେଇଥିଲା।

କେନ୍ଦ୍ରମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି, ୨୦୧୯ ବିଧାନସଭା ନିର୍ବାଚନରେ ଚନ୍ଦ୍ରଶେଖରଙ୍କୁ ଟିକେଟ ମିଳି ନଥିଲା । କିନ୍ତୁ ସେ ନିରାଶ ହୋଇ ନଥିଲେ । ଏହି କାରଣରୁ ତାଙ୍କୁ ସଠିକ ସମୟରେ ପାର୍ଟି ଏହି ପଦ ଦେଇଛି ।

   Related Posts