ଫ୍ଲାଇଟ୍‌ ଧରିବାକୁ ଲମ୍ବା ଲାଇନ୍‌ରେ ଚାଲିଚାଲି ଆସିଲେ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡକରୀ, ଭିଡିଓ ଭାଇରାଲ ପରେ ତାରିଫ୍‌ କରୁଛନ୍ତି ଲୋକେ

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦ : କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରୁଥିବା ନୀତିନ ଗଡକରୀ ବେଶ ପରିଶ୍ରମୀ ଏବଂ ଜଣେ ଦକ୍ଷ ରାଜନେତା । କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଲାଇନ୍‌ ଛିଡା ହୋଇଛନ୍ତି । ସାଧାରଣ ଲୋକଙ୍କ ଭଳି ସେ ଜଣକ ପରେ ଜଣେ ଯିବା ପରେ ଆଗକୁ ବଢୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଭାରତରେ ଏମିତି ଅନେକ ନେତା ଅଛନ୍ତି ଯେଉଁମାନେ କି କ୍ଷମତା ଏବଂ ପ୍ରଚୁର ଅର୍ଥ ଥାଇ ମଧ୍ୟ ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । କିଛି ନେତା ଅଏସ୍‌ ଆରାମରେ ଭିଆଇପି ସଂସ୍କୃତି ପ୍ରଚାର କରୁଥିବା ବେଳେ ଆଉ କିଛି ନେତା ଆଇନର ପାଳନ କରି ଭିଆଇପି ସଂସ୍କୃତିକୁ ଭାଙ୍ଗୁଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ବିମାନରେ ଯାତ୍ରା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏୟାରପୋର୍ଟ ମଧ୍ୟକୁ ପ୍ରବେଶ କରିଥିଲେ । ପରେ ଯାତ୍ରୀଙ୍କ ସହିତ ସେ ଲମ୍ବା ଲାଇନରେ ଛିଡା ହୋଇ ବିମାନ ମଧ୍ୟକୁ ଯାଉଥିବାର ଦେଖିବାକୁ ମିଳିଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଟ୍ବିଟର୍‌ରେ ଜଣେ ୟୁଜର ଲେଖିଛନ୍ତି, ନୀତିନ ଗଡକରୀ ବିଶ୍ବର ପ୍ରଥମ ନେତା ଯାହାଙ୍କୁ କୌଣସି କଥା ପାଇଁ ଗର୍ବ ନାହିଁ । ଜଣେ ସାଧାରଣ ଲୋକଙ୍କ ଭଳି ସେ ଜୀବନଯାପନ କରୁଛନ୍ତି । କାମ କଥା କହିବାକୁ ଗଲେ, ସେ ଖୁବ ପରିଶ୍ରମୀ । ତାଙ୍କ ଭଳତ ନେତା ମିଳିବା ଖୁବ କଷ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.