ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମର୍ସିଡିଜ୍‌ର ନୂତନ EVର ଲଞ୍ଚିଂରେ କହିଲେ ଗଡକରୀ- ମୁଁ ମିଡିଲ୍ କ୍ଲାସ୍‌ର ଲୋକ, କିଣି ପାରିବି ନାହିଁ ଆପଣଙ୍କ କାର

1/10/2022 at 9:44 PM

ପୁଣେ: ଜର୍ମାନ ପ୍ରିମିୟମ କାର ନିର୍ମାତା ମର୍ସିଡିଜ୍ ବେଞ୍ଜ(Mercedes-Benz) ଭାରତରେ ଅଧିକରୁ ଅଧିକ କାର ଉତ୍ପାଦନ କରୁ, ଯଦ୍ଵାରା ଭାରତରେ ମଧ୍ୟମ ବର୍ଗର ଲୋକେ ଏହାକୁ କିଣି ପାରିବେ। କାର ନିର୍ମାତାଙ୍କୁ ଏମିତି କହି ଅପିଲ୍ କରିଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ। ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆ ଶୁକ୍ରବାର ପୁଣେର ଚାକନ ସ୍ଥିତ ନିଜ ମ୍ୟାନୁଫେକଚରିଂ ପ୍ଲାଣ୍ଟରୁ ଭାରତରେ ନିଜର ପ୍ରଥମ କାର EQS 580 4MATIC EVର ଲଞ୍ଚ୍ କରିଛି। ଏହି ଅବସରରେ ଗଡକରୀ ମଜାଳିଆରେ କହିଛନ୍ତି, ବର୍ତ୍ତମାନ ଦାମ୍ ଯେତିକି ରହିଛି, ସେ ଏହି ଲଗଜରୀ କାରକୁ କିଣି ପାରିବେ ନାହିଁ।

ଗଡକରୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଦେଶରେ ବୈଦ୍ୟୁତିକ ଯାନର ବଡ ବଜାର ରହିଛି। ସଂପ୍ରତି ପ୍ରତିଦିନ ଭାରତୀୟ ବଜାର ବିସ୍ତାର ହେବାରେ ଲାଗିଛି। ମର୍ସିଡିଜ କାରର ଦାମ ତେବେ ଯାଇ ହ୍ରାସ ଘଟିବ, ଯେବେ ଆପଣ ଏହାର ଉତ୍ପାଦନ ବୃଦ୍ଧି କରିବେ। ଆମେ ମଧ୍ୟମ ବର୍ଗର ଲୋକ। ଏପରିକି ମୁଁ ବି ଆପଣଙ୍କ କାର କିଣିବାକୁ ସକ୍ଷମ ନୁହେଁ।

EQS 580 4MATIC EVର ମୂଲ୍ୟ ୧.୫୫ କୋଟି ଟଙ୍କା

ଉଲ୍ଲେଖନୀୟ ମର୍ସିଡିଜ୍‌ର ନୂତନ ବୈଦ୍ୟୁତିକ କାର ‘EQS 580 4MATIC EV’ର ମୂଲ୍ୟ ଏକ କୋଟି ୫୫ ଲକ୍ଷ କୋଟି ଟଙ୍କା ରହିଛି। ମର୍ସିଡିଜ୍‌-ବେଞ୍ଜ ଭାରତରେ ନିଜର ବୈଦ୍ୟୁତିକ କାର ‘SUV EQC’ ୨୦୨୦ ଅକ୍ଟୋବର ୨୦୨୦ରେ ଲଞ୍ଚ କରିଥିଲା। ଏହା  ସଂପୂର୍ଣ୍ଣ ଭାବେ ଆମଦାନୀ କାର ଥିଲା। ଏହାର ଦାମ ଏକ କୋଟି ୭ ଲକ୍ଷ ରହିଛି।

କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଛନ୍ତି, ଦେଶରେ ମୋଟ୍ ୧୫ ଲକ୍ଷ ୭୦ ହଜାର ପଞ୍ଜିକୃତ ବିଦ୍ୟୁତ୍ ଚାଳିତ ଯାନ ରହିଛି। ଭାରତୀୟ ଅଟୋମୋବାଇଲର ଆକାର ବର୍ତ୍ତମାନ ପ୍ରାୟ ୭.୮ ଲକ୍ଷ କୋଟି ଟଙ୍କା ରହିଛି। ମୋର ସ୍ଵପ୍ନ ଏହାକୁ ୧୫ ଲକ୍ଷ କୋଟି ଟଙ୍କାର ଇଣ୍ଡଷ୍ଟ୍ରୀରେ ପରିଣତ କରିବା।

   Related Posts