ନୂଆଦିଲ୍ଲୀ ୨୦।୮: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜମାର୍ଗମାନଙ୍କରେ ପଶୁ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏପରି ଦୁର୍ଘଟଣା ଅଟକାଇବାକୁ ବାଉଁଶ ବାଡ଼ ଅଥବା ଅବରୋଧକ ଲଗାଇବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ଯାହା ଦ୍ୱାରା ବୁଲା ଗାଇ, କୁକୁର, ଛେଳି ଓ ମେଣ୍ଢା ଜାତୀୟ ରାଜମାର୍ଗକୁ ଯାଇ ନ ପାରିବେ। ସେ ଜାତୀୟ ରାଜମାର୍ଗରେ ବୁଲା ପଶୁଙ୍କ ବିଚରଣ ନିୟନ୍ତ୍ରିତ କରିବାଲାଗି ନିୟମର କଡାକଡି ଲାଗୁ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।
{"id":833280,"width":841,"height":501,"sizeSlug":"full","linkDestination":"none"}ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ସଡ଼କ ଭିତ୍ତିଭୂମି ବିକାଶ ନିମନ୍ତେ ବିଭିନ୍ନ ପ୍ରକଳ୍ପ ହାତକୁ ନେଉଛନ୍ତି। ଏହା ସହିତ ଜାତୀୟ ରାଜମାର୍ଗରେ ବୁଲୁଥିବା ପଶୁଙ୍କ ଯୋଗୁ ହେଉଥିବା ଦୁର୍ଘଟଣା ପ୍ରସଙ୍ଗକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ନିକଟରେ ଗଡ଼କରୀ ରାଜ୍ୟସଭାକୁ ସୂଚିତ କରି କହିଥିଲେ ଯେ ସରକାର ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜମାର୍ଗ କଡରେ ବାଉଁଶ ନିର୍ମିତ ଅଭିନବ ‘ବହୁ ବଲ୍ଲି’ ବାଡ ଲଗାଇବାକୁ ଯୋଜନା କରିଛନ୍ତି। ଏହି ପ୍ରକାର ବାଡ ନିମନ୍ତେ ପାଇଲଟ ପ୍ରକଳ୍ପ ରୂପେ ଛତିଶଗଡ଼କୁ ନିର୍ଦ୍ଧାରିତ କରାଯାଇଛି। ଯାହାର ବ୍ୟାପକ ପରୀକ୍ଷଣ ଓ ଅନୁମୋଦନ ପୂର୍ବରୁ ପୁରା କରାଯାଇଛି ବୋଲି ସେ କହିଛନ୍ତି।
{"id":833279,"sizeSlug":"full","linkDestination":"none"}ଜାତୀୟ ରାଜମାର୍ଗକୁ ଯେପରି ପଶୁ ପ୍ରବେଶ କରି ନ ପାରନ୍ତି ସେଥି ପାଇଁ ଅକ୍ଷ ନିୟନ୍ତ୍ରଣ ସଡକର ପ୍ରଚଳନ ମଧ୍ୟ କରାଯାଉଥିବାର ମଧ୍ୟ କହିଛନ୍ତି। ଗତ ମାର୍ଚ୍ଚ ମାସରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ୟବତମାଲ ଜିଲ୍ଲାକୁ ସଂଯୁକ୍ତ କରୁଥିବା ରାଜମାର୍ଗରେ ୨୦୦ ମିଟରର ଦୀର୍ଘ ବାଉଁଶ କ୍ରସ ବାରିୟର ସ୍ଥାପନା କରାଯାଇଥିଲା। ସୁରକ୍ଷା ଚିନ୍ତା ଓ ପରିବେଶ ଉଭୟକୁ ସମ୍ବୋଧିତ କରୁଥିବା ଷ୍ଟିଲ ବାଧାକୁ ଏହି ସବୁ କ୍ଷେତ୍ରରେ ଲଗାଇବାକୁ ବିଚାର କରାଯାଉଥିବା କେନ୍ଦ୍ର ରାଜମାର୍ଗ ଓ ସଡକ ପରିବହନ ମନ୍ତ୍ରୀ କହିଛନ୍ତି।