Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଖରାପ ରାସ୍ତା ପାଇଁ କ୍ଷମା ମାଗିଲେ ନୀତିନ ଗଡକରୀ, କହିଲେ- ୪୦୦ କୋଟି ଖର୍ଚ୍ଚ ପରେ ବି ସଡକର ଅବସ୍ଥା ଖରାପ

9/11/2022 at 7:45 PM

ଜବଲପୁର: ମୁଁ ଦୁଃଖି ଏବଂ ନିରାଶ। ଯଦି କୌଣସି ଭୁଲ୍ ହୋଇଛି ମୁଁ କ୍ଷମା ମାଗିବାକୁ ସଙ୍କୋଚ କରୁନି। ମଧ୍ୟ ପ୍ରଦେଶରେ ଖରାପ ସଡକକୁ ନେଇ ଏମିତି କହିଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ଜବଲପୁରରେ ସୋମବାର କହିଛନ୍ତି ଯେ, ମୁଁ ମଣ୍ଡଲାରୁ ଜବଲପୁର ଜାତୀୟ ରାଜପଥରେ ବରେଲାରୁ ମଣ୍ଡଲା ପର୍ଯ୍ୟନ୍ତ ୬୩ କିମି ସଡକ କାମକୁ ନେଇ ସନ୍ତୁଷ୍ଟ ନୁହେଁ। ରାସ୍ତା ନିର୍ମାଣରେ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ସଡକର ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ମୁଁ ଦାୟୀ। ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ।

ଗଡକରୀ କହିଛନ୍ତି, ଆଗାମୀ ଦୁଇ ତିନି ମାସରେ ନୂତନ ଜ୍ଞାନ କୌଶଳ ଉପଯୋଗ କରାଯିବ। ଏଥିରେ ଟ୍ରାକ୍ଟରରେ ମେସିନ ଲଗାଯାଇ ଖେତରେ ନଡାର ବ୍ୟବହାର ବାୟୋ ବିଟୁମନ ତିଆରି କରାଯିବ। କୃଷକ ଅନ୍ନଦାତା ହେବା ସହିତ ଉର୍ଜାଦାତା ମଧ୍ୟ ହୋଇ ପାରିବେ। ସେମାନେ ବାୟୋ ବିଟୁମନ ତିଆରି କରିପାରିବେ ଏବଂ ଏହାର ଉପଯୋଗ ସଡକ ନିର୍ମାଣରେ କରାଯାଇ ପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଛନ୍ତି। ସେ ମଧ୍ୟ ପ୍ରଦେଶର ଆଦିବାସୀ ଜିଲ୍ଲା ମଣ୍ଡଲାରେ ୧୨୬୧ କୋଟି ଟଙ୍କା ବଜେଟ୍‌ର ଏକ ରାସ୍ତାର ଶିଳାନ୍ୟାସ୍ କରିଛନ୍ତି। ଏହି ସମୟରେ ସେ କୃଷକଙ୍କ ପରିବର୍ତ୍ତିତ ଭୂମିକା ବିଷୟରେ ଉଲ୍ଲେଖ କରି କହିଛନ୍ତି, ମୁଁ ଦୀର୍ଘ ସମୟରୁ କହି ଆସୁଛି ଯେ, ଦେଶରେ କୃଷକ ଶକ୍ତି ଉତ୍ପାଦନ କରିପାରିବେ। ଆମର କୃଷକ କେବଳ ଅନ୍ନଦାତା ନୁହେଁ ବରଂ ଉର୍ଜାଦାତା ମଧ୍ୟ ହୋଇ ପାରିବେ। ସେମାନଙ୍କ ଦ୍ଵାରା ପ୍ରସ୍ତୁତ ବାୟୋ ବିଟୁମନ ଏବଂ ଇନ୍ଧନ ଇଥେନାଲ ସଡକ ନିର୍ମାଣରେ ବ୍ୟବହାର କରାଯାଇ ପାରିବ।

ଗଡକରୀ ଜଳ, ଜମି ଏବଂ ଜଙ୍ଗଲର ଅନୁଚିତ ବ୍ୟବହାର ଦ୍ଵାରା ବିକାଶର ନୂତନ ମୋଡେଲ୍ ଲାଗୁ କରିବା ନେଇ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ପ୍ରତି ଏକର ପିଛା ସୋୟାବିନ ଉତ୍ପାଦନ ବୃଦ୍ଧି ଘଟିଛି ଏବଂ କୃଷକଙ୍କୁ ଏହାର ଉଚିତ୍ ମୂଲ୍ୟ ମିଳିଛି। ରାଜ୍ୟର  ଜବଲପୁରରେ ନବ ନିର୍ମିତ ସଡକ ଲୋକାର୍ପଣ ଏବଂ ୪୦୫୪ କୋଟି ଟଙ୍କାର ସାତ ସଡକ ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି। ଦେଶକୁ କେବଳ ଧନର ଆବଶ୍ୟକତା ରହିଛି ବରଂ ବିକାଶ ମାର୍ଗରେ ଅଗ୍ରସର ହେବା ପାଇଁ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଥିବା ଗଡକରୀ କହିଛନ୍ତି।

   Related Posts