ଜାନୁଆରୀ ପହିଲାରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ, ଅମାନିଆ ଗଣିବେ ମୋଟା ଅଙ୍କର ଫାଇନ୍

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨ : କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୧ ତାରିଖରୁ ଦେଶରେ ସମସ୍ତ ଯାନବାହାନ ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ । ସେ କହିଛନ୍ତି ଯାତ୍ରୀଙ୍କ ସୁବିଧା ପାଇଁ ନଗଦ କାରବାର ବନ୍ଦ କରିବା ଏବଂ ସମୟ ବଞ୍ଚାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡିଜିଟାଲ କାରବାରକୁ ବୃଦ୍ଧି କରିବା ପାଇଁ ଜାନୁୟାରୀ ପହିଲାରୁ ସମସ୍ତ ଯାନ ପାଇଁ ଫାସଟ୍ୟାଗ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ନିୟମର ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

{"id":382285,"width":576,"height":295,"sizeSlug":"large","linkDestination":"none"}

ତେବେ ଯଦି ବିନା ଫାସଟ୍ୟାଗ୍‌ରେ ଟୋଲ ପ୍ଲାଜାରେ ଫାସଟ୍ୟାଗ୍‌ ପାଇଁ ଉର୍ଦ୍ଧିଷ୍ଟ ଲେନ୍‌ରେ ଯାଉଛନ୍ତି ତେବେ ସେଥିପାଇଁ ୨ ଗୁଣା ଟୋଲ ଫି ଭରିବାକୁ ପଡିବ । ପ୍ରତି ଟୋଲ୍ ବୁଥ୍‌ରେ ଫାସଟ୍ୟାଗ୍‌ ନଥିବା ଗାଡିଗୁଡିକ ପାଇଁ ଅଲଗା ଲେନ୍‌ ରହିବ । ତେବେ ଫାସଟ୍ୟାଗ୍‌ କେବଳ ଜାତୀୟ ରାଜପଥ ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ରାଜ୍ୟ ରାଜପଥ ପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

{"id":382286,"sizeSlug":"large","linkDestination":"none"}

ଫାସଟ୍ୟାଗ୍ ହେଉଛି ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ଉପରେ ଆଧାରିତ ଏକ ଟ୍ୟାଗ୍ ଯାହା ଗାଡିର ୱିଣ୍ଡସ୍କ୍ରିନ୍ ଉପରେ ଲାଗାଯାଏ । ଗାଡିଗୁଡିକରେ ଲାଗିଥିବା ଏହି ଫାସଟ୍ୟାଗ୍‌ କେବଳ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପରିଚାଳିତ ହୁଏ । ଟୋଲ୍ ପ୍ଲାଜାରେ ଲାଗିଥିବା କ୍ୟାମେରା ଏହାକୁ ସ୍କାନ୍ କରିବାରେ ସକ୍ଷମ ହେବ ଏବଂ ଟୋଲ ଫି ଦେୟ ସ୍ୱୟଂଚାଳିତ ଭାବରେ କଟାଯିବ । ଏହା ପରେ ଟୋଲ୍ ଗେଟ୍ ଖୋଲିବ ଏବଂ ଏଥିରେ କ କୌଣସି ଅସୁବିଧା ହେବ ନାହିଁ ଏବଂ ଏହା ଖୁବ କମ ସମୟ ସାପେକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.