କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ହତ୍ୟା ଧମକ, ୧୦ ମିନିଟ୍‌ରେ ୨ ଥର ଆସିଥିଲା ଫୋନ

Published By : Prameya-News7 Bureau | January 14, 2023 IST

ନାଗପୁର ୧୪।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଜୀବନରେ ମାରିଦେବାକୁ ଧମକ୍ ଦିଆଯାଇଛି। ନାଗପୁରସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନରେ କୌଣସି ଅଜ୍ଞାତ ବ୍ୟକ୍ତି ଏପରି ଧମକ ଦେଇଛନ୍ତି। ନିତିନ ଗଡକରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୋଲିସରେ ଏ ନେଇ ଅଭିଯୋଗ କରାଯାଇଛି। ସୂଚନା ମୁତାବକ କୌଣସି ଅଜ୍ଞାତ ବ୍ୟକ୍ତି ନିତିନ ଗଡକରୀଙ୍କ ନାଗପୁରସ୍ଥିତ କାର୍ଯ୍ୟାଳୟକୁ ଲ୍ୟାଣ୍ଡ ଲାଇନରେ ଫୋନ କରି ହତ୍ୟା ଧମକ ଦେଇଛି। ଏହି ଧମକ ସହ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେବାକୁ କୁହାଯାଇଛି। 

{"id":733031,"width":841,"height":473,"sizeSlug":"full","linkDestination":"none"}

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୋଲିସରେ ଏ ନେଇ ସୂଚିତ କରାଯାଇଥିବା ବେଳେ ପୋଲିସ ପରବର୍ତ୍ତି ଯାଞ୍ଚ କରୁଛି। ନିତିନ ଗଡ଼କରୀଙ୍କ କାର୍ଯ୍ୟାଳୟକୁ ପୂର୍ବାହ୍ନ ୧୧ଟା ୩୦ ରୁ ୧୧ଟା ୪୦ ମିନିଟ୍‌ ମଧ୍ୟରେ ଲାଗ ଲାଗ ଦୁଇଥର ଫୋନ କଲ୍ ଆସିଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଲୋକସମ୍ପର୍କ କାର୍ଯ୍ୟାଳୟ ନାଗପୁର ଖାମଲା ଚୌକରେ ରହିଛି। ଯାହା ତାଙ୍କ ଘରଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ରହିଛି। ନାଗପୁର ପୋଲିସ ଓ ନିତିନ ଗଡ଼କରୀଙ୍କ କାର୍ଯ୍ୟାଳୟ ଏହି ଖବରର ପୁଷ୍ଟି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.