ଆତଙ୍କବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିଲେ ସେନା ଅଫିସର, ବର୍ଷେ ପରେ ପତ୍ନୀ ସେନାରେ ଯୋଗ ଦେବାକୁ ଯାଉଛନ୍ତି

Published By : Prameya-News7 Bureau | February 18, 2020 IST

 ଡେରାଡୁନ୍ ୧୮।୦୨- ଦେଶ ପାଇଁ ସ୍ୱାମୀ ହୋଇଥିଲେ ସହିଦ । ଏବେ ପତ୍ନୀ ବି ଦେଶ ସେବା ପାଇଁ ହୋଇଛନ୍ତି ଯୋଗ୍ୟ । ସେନାରେ ସାମିଲ ହେବାକୁ ଦେଇଥିବା ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । କେବଳ ମେରିଟ ଲିଷ୍ଟକୁ ଅପେକ୍ଷା । ଆମେ ଏଠାରେ କହୁଛୁ ୨୮ ବର୍ଷୀୟା ନୀତିକା କାଉଲଙ୍କ କଥା । ଦିବଙ୍ଗତ ସେନା ଅଧିକାରୀ  ମେଜର ବିଭୂତି ଶଙ୍କର ଧୌନଦିଆଲଙ୍କ ପତ୍ନୀ ନୀତିକା ଏବେ ତାଙ୍କ ସ୍ବାମୀଙ୍କ ଭଳି ଦେଶର ସେନାବାହିନୀରେ ଯୋଗ ଦେବାକୁ ଯାଉଛନ୍ତି । କିନ୍ତୁ ଏଥିରେ ବିଶେଷତ୍ୱ ଏହିକି , ବିବାହର ମାତ୍ର ବର୍ଷକ ଭିତରେ ସ୍ବାମୀଙ୍କୁ ହରାଇଥିବା ନୀତିକା , ପାଦେ ପାଦେ ବିପଦ ଜାଣି ବି ସେନା ବାହିନୀରେ ସାମିଲ ହେବାକୁ ଯାଉଛନ୍ତି ।

{"id":226090,"sizeSlug":"large"}

ଗତ ବର୍ଷ ଫେବୃଆରୀରେ କାଶ୍ମୀରର ପୁଲୱାମାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ମୁକାବିଲା କରୁଥିବା ବେଳେ ହିଁ ସହିଦ ହୋଇଥିଲେ ମେଜର ବିଭୂତି ଶଙ୍କର ଧୌନଦିଆଲ । ତାହାର ମାତ୍ର ୧୦ ମାସ ପୂର୍ବରୁ ଅର୍ଥାତ୍ ୨୦୧୮ ଏପ୍ରିଲ୍‌ରେ ହିଁ ନୀତିକାଙ୍କୁ ବିବାହ କରିଥିଲେ ମେଜର ଧୌନଦିଆଲ । ବିଚରା ନୀତିକା କାଉଲ , ବିବାହକୁ ଠିକ୍‌ଭାବେ ବୁଝିଭା ଆଗରୁ ହୋଇଯାଇଥିଲେ ବିଧବା । କିନ୍ତୁ ସେ ଏବେ ନେଇଥିବା ପଦକ୍ଷେପ , ଅନ୍ୟମାନଙ୍କୁ କେବଳ ଆଶ୍ଚର୍ଯ୍ୟ କରିନି ପ୍ରଶଂସା ନକରିବାକୁ କିଛି ବି କିନ୍ତୁ ପାଇନି ।

{"id":226091,"sizeSlug":"large"}

 କାଶ୍ମୀର ବାସିନ୍ଦା ନୀତିକା କାଉଲ ସେନାରେ ଚାକିରି ପାଇଁ ଉଦ୍ଦିଷ୍ଟ ସର୍ଟ ସର୍ଭିସ କମିସନ  (ଏସଏସସି)ର ଲିଖିତ ପରୀକ୍ଷା ଏବଂ ଇଣ୍ଟରଭିଉରେ ସଫଲତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । କେବଳ ମେରିଟ ଲିଷ୍ଟକୁ ଅପୋକ୍ଷା । ମେରିଟ ଲିଷ୍ଟ ବାହାରିବା ପରେ ସେ ସେନାରେ ଜଣେ କ୍ୟାଡେଟ ଭାବେ ଯୋଗଦେବେ । ତାଙ୍କ ନୂତନ ନିଯୁକ୍ତି ନେଇ ବେଶ୍ ଉତ୍ସାହିତ ନୀତିକାଙ୍କ ପ୍ରତିକ୍ରିୟା ମଧ୍ୟ ହୃଦୟକୁ ଛୁଏଁ । ଏପରି ଏକ ବିରଳ ସାହସୀକ ପଦକ୍ଷେପ ନେଇ ସେନାରେ ଯୋଗଦେବାକୁ ଯାଉଥିବା ନୀତିକା କୁହନ୍ତି, ଏହା ହିଁ ତାଙ୍କ ସହୀଦ ସ୍ବାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଏବଂ ସମ୍ମାନ ।

{"id":226092,"sizeSlug":"large"}

ନୀତିକା  ଏବେ ବି ଜଣେ କର୍ମଜୀବୀ ମହିଳା । ଦିଲ୍ଲୀରେ  ନିଜ ବାପ-ମାଆଙ୍କ ସହ ରହୁଥିବା ନୀତିକା ଏକ ବହୁ ଦେଶୀୟ କମ୍ପାନୀରେ ଚାକିରି କରନ୍ତି । କିନ୍ତୁ  ଦିବଙ୍ଗତ ସ୍ବାମୀଙ୍କ ପ୍ରତି ତାଙ୍କ ର ପ୍ରେମ ଓ ସମ୍ମାନ କେତେ ତାହା ପ୍ରମାଣ କରେ ତାଙ୍କ ସେନା ଚାକିରି । କମ୍ପାନୀ ଚାକିରି ଛାଡି ଏବେ ସେନାରେ ଯୋଗଦେବାକୁ ଯାଉଥିବା ନୀତିକା ନିଜ ଦିବଙ୍ଗତ ସ୍ବାମୀଙ୍କ ଭଳି ଜଣେ ଦକ୍ଷ ଓ ଭଲ ସେନା ଅଫିସର  ହେବା ଚାହାନ୍ତି । ସେନାରେ ସାମିଲ ହେବାର ନିଷ୍ପତ୍ତି , ଏସଏସ୍‌ସି ପରୀକ୍ଷା ଦେବା  ଆଦିର ଅନୁଭୂତି କହିବା ବେଳେ ବେଶ୍‌ ଭାବପ୍ରବଣ ହୋଇଥିଲେ ବି ନୀତିକା ତାଙ୍କ ଦିବଙ୍ଗତ ସ୍ୱାମୀ ( ସେ ବିଭୂ  ବୋଲି ସମ୍ବୋଧିତ କରନ୍ତି ) ଙ୍କର ଏପରି ଇଚ୍ଛା ଥିଲା ବୋଲି ମଧ୍ୟ କହିଛନ୍ତି । ଗତ ସେପ୍ଟେମ୍ବରରେ ସେ ଏପରି ନିଷ୍ପତ୍ତି ନେଇ ପରୀକ୍ଷା ଦେଇଥିଲେ । ସାବାସ ନୀତିକା ।  ପ୍ରକୃତରେ ସେ ସାଲ୍ୟୁଟ୍‌ର ହକଦାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.