Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ଜାଣନ୍ତୁ କେଉଁ ସମୟରେ କେଉଁ ନୀତି ଅନୁଷ୍ଠିତ ହେବ

30/06/2022 at 11:02 AM

ପୁରୀ ୩୦।: ରାତି ପାହିଲେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଦିନ ୩ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି ।

ଏଥି ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳ ଆଳତୀ, ସକାଳ ୭ଟାରେ ଅବକାଶ, ସକାଳ ୮ଟାରେ ସକାଳ ଧୂପ, ସକାଳ ୯ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ମିନିଟ୍‌ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ସେହିଭଳି ସକାଳ ୯ଟା ୩୦ମିନିଟ୍‌ରେ ପହଣ୍ଡି ଆରମ୍ଭ ହେବା ବେଳେ ଅପରାହ୍ନ ୧୨ଟା ୩୦ମିନିଟ୍‌ରେ ପହଣ୍ଡି ଶେଷ ହେବ । ସେହିଭଳି ଦିନ ୧ଟା ୩୦ମିନିଟ୍‌ରେ ଚିତା ଲାଗି, ଦିନ ୨ଟା ୩୦ମିନିଟ୍‌ରେ ଛେରାପହଁରା ଅନୁଷ୍ଠିତ ହେବ । ଦିନ ୩ଟାରେ ଚାରମାଳ ଫିଟା ଓ ଘୋଡା ଲାଗି ନୀତି ଅନୁଷ୍ଠିତ ହେବ । ଦିନ ୪ଟାରେ ରଥ ଟଣା ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଣ୍ଟ ହୋଇଥଲେ ହେଁ ଏହା କେବଳ ସୂଚନା ପାଇଁ ଉଦ୍ଦିଷ୍ଟ ।‌ ଏହାର ପୂର୍ବରୁ କିମ୍ବା ପରେ ମଧ୍ୟ ନୀତି ସମ୍ପାଦିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

   Related Posts