ଯଶୀପୁର ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ସିଇଓ, ମାଙ୍କିଡିଆ ଜନଜାତିଙ୍କ ସହ କରିବେ ଆଲୋଚନା
10/12/2022 at 12:15 PM

କରଞ୍ଜିଆ ୧୦।୧୨ : ନୀତି ଆୟୋଗର ସିଇଓ ଯଶୀପୁର ଗସ୍ତରେ ଆସୁଛନ୍ତି । ନୀତି ଆୟୋଗର ସିଇଓ ପରମେଶ୍ୱର ଆୟାର ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି । ଦିନ ୧.୩୦ ମିନିଟରେ ମାହାର୍ଦ୍ଦାପଳସା ହେଲିପ୍ୟାଡ୍ରେ ଅବତରଣ କରିବେ ନୀତି ଆୟୋଗ ସିଇଓ । ପ୍ରଥମେ ମାହାର୍ଦ୍ଦାପଳସା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବେ । ଏହାପରେ ଯଶୀପୁର ବ୍ଲକ ମାଙ୍କିଡିଆ ଜନଜାତିଙ୍କ ସହ ଆଲୋଚନା କରିବେ ।
ସେପଟେ କେନ୍ଦୁଝରରେ ନୀତି ଆୟୋଗ ସିଇଓ ପରମେଶ୍ଵରନ ଆୟର। ଶନିବାର ସକାଳେ ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆସି ପରମେଶ୍ଵରନ ବାଂଶପାଳ ବ୍ଲକର ଗୋନସିକାରେ ପହଞ୍ଚିଛନ୍ତି। ନୀତି ଆୟୋଗ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅକ୍ଷୟ ରାଉତ, ନିର୍ଦ୍ଦେଶକ ଅମିତ୍ ବର୍ମା ଏବଂ ଭାରତ ସରକାରଙ୍କ ଆଦିବାସୀ ଉନ୍ନୟନ ସଚିବ ଏବଂ ବିଭାଗୀୟ ଅନ୍ୟ ଉଚ୍ଚ ଅଧିକାରୀମାନେ ମଧ୍ୟ ତାଙ୍କ ସାଥିରେ ଅଛନ୍ତି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023