ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ ୦୭।୦୮:  ଆଜି ନୀତି ଆୟୋଗ ବୈଠକ। ରାଷ୍ଟ୍ରପତି ଭବନରେ ବସିବ ସପ୍ତମ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୀତି ଆୟୋଗ ବୈଠକରେ ସାମିଲ ହେବେ ।

ନୀତି ଆୟୋଗ ବୈଠକ ପାଇଁ ଶନିବାଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ନୀତି ଆୟୋଗ ବୈଠକରେ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାକୁ ଦାବି କରିବା ସହ ,ଗ୍ରାମଞ୍ଚଳର ବିକାଶକୁ ଅଧିକ ଗୁରୁତ୍ବ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିବର୍ଷ ରାଜ୍ୟ ବନ୍ୟା ଓ ବାତ୍ୟାର ସମ୍ମୁଖୀର ହେଉଥିବାରୁ ଏହି ବୈଠକରେ ରାଜ୍ୟକୁ ଫୋକସ ଷ୍ଟେଟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିବା ସହିତ କୋଇଲା ରାୟାଲିଟି ବୃଦ୍ଧି , ଗ୍ରାମାଞ୍ଚଳରେ ଟେଲିକମ ଅଭାବ , ବ୍ୟାଙ୍କିଂ ସେବା ବୃଦ୍ଧି , ସହରାଞ୍ଚଳ ବିକାଶ ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ ।

ତେବେ ବସିବାକୁ ଥିବା ଏହି ନୀତି ଆୟୋଗ ବୈଠକରେ ବିଶେଷ କରି ବିହନ ଓ ତୈଳ ବୀଜ ଏବଂ ଚାଷୀ ସମାଜ କେମିତି ସ୍ବାବଲମ୍ବୀ ହୋଇ ପାରିବ, ଜାତୀୟ ଶିକ୍ଷା ନୀତି ଲାଗୁ କରିବା ଏବଂ ସହାରାଞ୍ଚଳ ବିକାଶ ଉପରେ ଆଲୋଚନା ହେବ। କରୋନା ପାଇଁ ୨୦୨୧ ଫେବୃଆରୀ ମାସରେ ହୋଇଥିବା ଷଷ୍ଠ ନୀତି ଆୟୋଗ ବୈଠକ ଭର୍ଚ୍ଚୁଆଲ ମୋଡରେ ହୋଇଥିଲା । ଏଥର କରୋନା ନିୟନ୍ତ୍ରଣରେ ଥିବାରୁ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀମାନେ ସିଧାସଳଖ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.