LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶନିବାର ବସିବ ନୀତି ଆୟୋଗ ବୈଠକ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ଓଡିଶା

27/05/2023 at 7:49 AM

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭।୦୫ : ଶନିବାର ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଅଷ୍ଟମ ସାଧରଣ ପରିଷଦ ବୈଠକ। ଏହାକୁ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ନୀତି ଆୟୋଗ ବୈଠକ ଭାବେ ବିଚାର କରାଯାଉଛି। ଏହି ଦୃଷ୍ଟିରୁ ବୈଠକଟି ବେଶ୍ ଗୁରୁତ୍ବ ରଖୁଛି ।

ତେବେ ବୈଠକରେ ‘ବିକଶିତ ଭାରତ @ ୨୦୪୭ : ରୋଲ ଅଫ ଟିମ୍ ଇଣ୍ଡିଆ’ ଉପରେ ହେବ ଆଲୋଚନା। ଏଥିରେ ମହିଳା ଶସକ୍ତିକରଣ, MSME, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ଗତିଶକ୍ତି ଯୋଜନା ଉପରେ ଆଲୋଚନା ହେବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯୋଗ ଦେବେନି ବୋଲି କହିଛନ୍ତି ।

ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ଓଡ଼ିଶା । ପୂର୍ବରୁ ଅନୁଷ୍ଠିତ ତିନୋଟି ନୀତି ଆୟୋଗ ବୈଠକରେ ରାଜ୍ୟ ସରାକର ଏହି ଦାବି କରିଆସିଛନ୍ତି। ଚଳିତ ଥର ଏହି ଦାବିକୁ ଆହୁରି ଶାଣିତ ଏବଂ ବଳିଷ୍ଠ ଢ଼ଙ୍ଗରେ ଉପସ୍ଥାପନ କରିବେ ରାଜ୍ୟ ସରକାର । ଏହାସହିତ ସବୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଓ ଗ୍ରାମଞ୍ଚଳରେ 2G ଟାଓ୍ବାର ବସାଇବାକୁ ଦାବି କରାଯିବ। ଏହି ସହିତ ସହରରେ 5G ସେବା ଓ ଗାଁରେ 2G ସେବା କାମ କରୁନି। ଏହାକୁ ଥ୍ରୀ ଜି କିମ୍ବା 4G ସେବା କରିବାକୁ ଓଡ଼ିଶା ସରକାର ଦାବି ଉପସ୍ଥାପନ କରିବେ ।

   Related Posts