କେନ୍ଦୁଝର ଜିଲ୍ଲାକୁ ନୀତି ଆୟୋଗର ପ୍ରଶଂସା, କୋଭିଡ୍ ବେଳେ ଯୋଗାଇଥିଲେ ପୋଷଣଯୁକ୍ତ ଖାଦ୍ୟ
13/09/2022 at 6:33 PM

କେନ୍ଦୁଝର: କରୋନା ସମୟରେ ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ କେଉଁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । କୋଭିଡ୍ ସମୟରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ ରିପୋର୍ଟ ପ୍ରସ୍ତୁତ କରି କେଉଁଝର ଖାଦ୍ୟବଣ୍ଟନକୁ ପ୍ରଶଂସା କରିଛି ଆୟୋଗ।
୨୦୨୦ ଜୁଲାଇ କୋଭିଡ୍ ସମୟରେ କେଉଁଝର ଜିଲ୍ଲାରେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମରେ ୩-୬ ବର୍ଷର ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ଦିଆଯାଉଥିଲା। ଶିଶୁମାନଙ୍କୁ କୁପୋଷଣରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେଉଁଝର ଏଭଳି ନିଷ୍ପତ୍ତି ନେଇଥିଲା।
Niti Aayog’s report praises #Keonjhar
— District Administration,Keonjhar (@DistAdmKeonjhar) September 13, 2022
Niti Aayog’s report on ‘Take Home Ration Good Practices Across the States/UTs’ lauds the #Keonjhar model, where #Ragi Laddoo was introduced under ICDS in July 2020, during the peak of the COVID19 pandemic, which was first in the state. 1/3 pic.twitter.com/6V7MIGG0M5
ଶିଶୁଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଉତ୍ତମ ପଦକ୍ଷେପ ନେଇଥିଲା। ଯାହାକି ଶିଶୁମାନଙ୍କ ମଧ୍ୟରେ କୁପୋଷଣା ଦୂର କରିବାରେ ସାହାଯ୍ୟ କରିବା ସହ କେଉଁଝର ଆଦିବାସୀମାନଙ୍କର ପୁରୁଣା ସଂସ୍କୃତିଗତ ଖାଦ୍ୟ ପ୍ରକ୍ରିୟାକୁ ଉଜ୍ଜିବୀତ କରିଛି। ତା ସହ ଏଭଳି ନିଷ୍ପତ୍ତି ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ରୋଜଗାର ବଢାଇବା ଦିଗରେ ସହଯୋଗ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। କେଉଁଝର ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମରେ ବାଜରା ଜାତୀୟ ଖାଦ୍ୟକୁ ସାମିଲ କରିଛି। ଯାହା ଐତିହାସିକ ପଦକ୍ଷେପ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ସୁନ୍ଦରଗଡ଼ରେ ମଧ୍ୟ ପିଲାମାନଙ୍କୁ ମାଣ୍ଡିଆ ଲଡ଼ୁ ଦିଆଯାଉଥିଲା।