NITI ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର, ପଦ ସମ୍ଭାଳିବେ ସୁମନ ବେରୀ

Published By : Prameya-News7 Bureau | April 23, 2022 IST

ନୂଆଦିଲ୍ଲୀ ୨୩/୦୪: NITI ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ରହିଥିଲେ । ରାଜୀବ କୁମାରଙ୍କ ସ୍ଥାନରେ ଡଃ ସୁମନ କେ ବେରୀଙ୍କୁ ବର୍ତ୍ତମାନ NITI ଆୟୋଗର ଡେପୁଟି ଚେୟାରମ୍ୟାନ୍ ଦାୟିତ୍ୱ ଦିଆଯାଇଛି । ସୁମନ କେ ବେରୀ ମେ ପହିଲାରୁ NITI ଆୟୋଗର ଡେପୁଟି ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ ।

ତେବେ ରାଜୀବ କୁମାରଙ୍କ ଇସ୍ତଫା ଦେବାର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନି । ରାଜୀବ କୁମାର NITI ଆୟୋଗର ଦ୍ୱିତୀୟ ଡେପୁଟି ଚେୟାରମ୍ୟାନ୍ ଥିଲେ । ୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିବା ପରେ ମୋଦି ସରକାର ଯୋଜନା ଆୟୋଗର ନାମ NITI ଆୟୋଗ ନାମରେ ନାମିତ କରିଛନ୍ତି ।

ରାଜୀବ କୁମାର ସେପ୍ଟେମ୍ବର ୨୦୧୭ଠାରୁ ସରକାରଙ୍କ ଥିଙ୍କ ଟ୍ୟାଙ୍କର ଭିସି ଅଛନ୍ତି । ଏଥିସହ, ସେ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସର କୁଳପତି, ପୁଣେ ଏବଂ ଲକ୍ଷ୍ନୌର ଗିରି ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍ ଅଫ୍ ଗଭର୍ନର୍ସ ବୋର୍ଡର ଚେୟାରମ୍ୟାନ୍ ଅଟନ୍ତି ।

ସେ ୨୦୦୪-୨୦୦୬ରୁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଏବଂ ୨୦୧୧-୨୦୧୩ ମଧ୍ୟରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମୁଖ୍ୟ ଅର୍ଥନୀତିଜ୍ଞ ଥିଲେ । ସେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେଣ୍ଟ୍ରାଲ ବୋର୍ଡ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେ ଦୁଇଟି ପଦବୀରେ କାର୍ଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.