ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନୀତି ଆୟୋଗ ଉପାଧ୍ୟକ୍ଷ, ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ସାହାଯ୍ୟ ଦାବି କଲେ ନବୀନ

15/12/2021 at 4:47 PM

ଭୁବନେଶ୍ବର ୧୫।୧୨: ତିନି ଦିନିଆ ଓଡ଼ିଶା ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଲୋକସେବା ଭବନ କନଭେନସନ ହଲରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ସହ ସମକକ୍ଷ ପାଇଁ ସ୍ବତନ୍ତ୍ର ସାହାଯ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ଉପରେ ପଡ଼ୁଛି ବୋଝ । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପଛରେ ପଡ଼ିଯାଉଛି ଓଡ଼ିଶା । ତେଣୁ ଓଡ଼ିଶାକୁ ସାହାଯ୍ୟ କରିବାକୁ ସେ ଦାବି ରଖିଛନ୍ତି ।

ସେପଟେ ମୁଖମନ୍ତ୍ରୀ ନବୀନଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଁ ପ୍ରଶଂସା କରିଛନ୍ତି । ୨୦୧୧ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ମୁଣ୍ଡପିଛା ଆୟ ଅଧିକ ବେଗରେ ବଢୁଛି। ଖଣିଜ ରୟାଲଟି ବଢାଇବା ପ୍ରସଙ୍ଗରେ ରାଜ୍ୟର ଦାବି ସମ୍ପର୍କିତ ଆଲୋଚନା ହୋଇଛି। ଏହାସହ ପର୍ଯ୍ୟଟନ, କୃଷି ସମ୍ପର୍କିତ ସମସ୍ୟା ଓ ବିକାଶ ଦିଗରେ ଆଲୋଚନା ହୋଇଛି । ପରେ ରାଜୀବ କୁମାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ଚାମ୍ବରର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । ପରେ ସମନ୍ବିତ ବିକାଶ ଯୋଜନା ଲକ୍ଷ୍ୟ ହାସଲ ବାବଦରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ।

ଅପରାହ୍ନ ସାଢ଼େ ୪ଟାରେ ଶିକ୍ଷାନୁଷ୍ଠାନର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ସଂଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବେ । ଏହାପରେ ସେ ପୁରୀ ଗସ୍ତରେ ଯିବେ। ସଂଧ୍ୟା ସାଢ଼େ ୮ଟାରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ରାଜୀବ କୁମାରଙ୍କ ଓଡ଼ିଶା ରହଣୀ ପୁରୀରେ ହେବ। ଗୁରୁବାର ସକାଳ ସାଢ଼େ ୭ଟାରେ ସେ ସଡ଼କ ପଥରେ ପୁରୀ ସାତପଡ଼ା ଯିବେ। ସେଠାରେ କିଛି ସମୟ ପାଇଁ ଚିଲିକାରେ ରହିବେ। ଏହାପରେ ରାଜୀବ କୁମାର କୋଣାର୍କ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

   Related Posts