ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସେପ୍ଟେମ୍ବରରେ ଦୈନିକ ଆସିବ ୫ ଲକ୍ଷ କେସ୍ ! ସତର୍କ କଲା ନୀତି ଆୟୋଗ, ପ୍ରସ୍ତୁତ ରଖ ୨ଲକ୍ଷ ICU ବେଡ୍

23/08/2021 at 9:23 AM

ନୂଆଦିଲ୍ଲୀ ୨୩/୦୮ : ଆସନ୍ତା ସେପ୍ଟେମ୍ୱରରେ ଆସିପାରେ କରୋନାର ତୃତୀୟ ଲହର । ଆସନ୍ତା ମାସ ପାଇଁ ଆଗୁଆ ସତର୍କ କରାଇଛନ୍ତି ନୀତି ଆୟୋଗ । ପ୍ରତି ଶହେ ଜଣ କୋଭିଡ୍ ସଂକ୍ରମିତଙ୍କ ଭିତରୁ ୨୩ ଜଣ ହସପିଟାଲରେ ଭର୍ତ୍ତି ହୋଇପାରନ୍ତି । କୋଭିଡ୍ ସଂକ୍ରମିତ ଗୁରୁତର ହେବା ଆଶଙ୍କା ଥିବାରୁ ପ୍ରସ୍ତୁତ ରହିବାକୁ ସୁପାରିଶ କରିଛନ୍ତି
ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ବର୍ତ୍ତମାନର ସଂକ୍ରମଣ ହାରକୁ ଲକ୍ଷ୍ୟ ରଖି ଏହି ଆକଳନ କରାଯାଇଛି ।

ସେପ୍ଟେମ୍ବର ବେଳକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ରୁ ୫ଲକ୍ଷ ଛୁଇଁପାରେ । ଏପରି ସ୍ଥିତିରେ ଆସନ୍ତା ମାସ ସୁଦ୍ଧା ୨ଲକ୍ଷ ICU ବେଡ୍ ପ୍ରସ୍ତୁତ କରିବାରୁ ପରାମର୍ଶ ଦିଆଯାଇଛି । ଏଭିତରୁ ୧ଲକ୍ଷ ୨୦ହଜାର ICU ବେଡ୍ ପାଇଁ ଭେଣ୍ଟିଲେଟର ଜରୁରୀ ପଡିପାରେ । ୭ ଲକ୍ଷ ଅଣ ଆଇସିୟୁ ବେଡ୍ ଜରୁରୀ । ୫ଲକ୍ଷ ବେଡ୍ ପାଇଁ ଅକ୍ସିଜେନ୍ ସପ୍ଲାଇ ଜରୁରୀ । ୧୦ଲକ୍ଷ କୋଭିଡ୍ ଆଇସୋଲେସନ୍ ବେଡ୍ ଆବଶ୍ୟକ ହୋଇପାରେ ବୋଲି ନୀତି ଆୟୋଗ ଆକଳନ କରିଛି ।

   Related Posts