ସେଲ୍ଫ ଆଇସୋଲେସ୍‌ନରେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗ ଦେବ

Published By : Prameya-News7 Bureau | March 22, 2020 IST

ଭୁବନେଶ୍ୱର - ସେଲ୍ଫ ଆଇସୋଲେସନ୍‌ ବା କ୍ୱାରେଣ୍ଟାଇନ୍‌ରେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ । ନୀତେଶଙ୍କ ସାନପୁଅ ଲଣ୍ଡନର କେମ୍ବ୍ରିଜ୍‌ରୁ ଫେରିଛନ୍ତି । ସେଠାରେ କରୋନା ବ୍ୟାପୁଥିବାରୁ ସେ ଏବେ ଭାରତକୁ ଫେରି ଆସିଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା କଥା ଏକ ଫେସ୍‌ବୁକ୍‌ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ।

{"id":242458,"width":658,"height":482,"sizeSlug":"large"}

ମାତ୍ର ସାମାଜିକ ସୁରକ୍ଷା ଦୃଷ୍ଟିରୁ ସେ ସାମାଜିକ ଦୂରତା ରକ୍ଷା କରି କ୍ୱାରେଣ୍ଟାଇନ୍‌ରେ ରହିଥିବା ଓ ତାଙ୍କ ପରିବାର ଲୋକ ମଧ୍ୟ କ୍ୱାରେଣ୍ଟାଇନ୍‌ ରହିଥିବା କଥା ସେ ଉଲ୍ଲେଖ କରିଛନ୍ତି ।

ଭାରତରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢି ଯାଇଛି । ୩୪୧ ଜଣଙ୍କ କରୋନା ପଜେଟିଭ୍‌ ବାହାରିଥିବା ବେଳେ ୬ ଜଣଙ୍କର ମୃତ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.