scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ

27/09/2023 at 9:23 PM

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ରୋଟାରି କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଯୁଗାନ୍ତକାରୀ ଅନୁଷ୍ଠାନ ସୃଷ୍ଟି ଜରିଆରେ ନିତାଙ୍କ ବ୍ୟାପକ ଅବଦାନର ସ୍ୱୀକୃତି ସ୍ୱରୂପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ଗ୍ରହଣ କରିବା ଅବସରରେ ନିତା ଅମ୍ବାନି କହିଛନ୍ତି “ଏହି ସମ୍ମାନ କୁ ମୁଁ ଅତ୍ୟନ୍ତ ବିନମ୍ରତାର ସହ ଏବଂ ଆମ ସହର ମୁମ୍ବାଇ ଓ ଏହାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବ ଅଫ ବମ୍ବେର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଗ୍ରହଣ କରୁଛି । ଜଣେ ରୋଟାରିଆନ ଭାବରେ ଏହା ମୋର ୨୫ତମ ବର୍ଷ ଏବଂ ଏହି ଯାତ୍ରାକୁ ମୁଁ ଆପଣମାନଙ୍କ ସାଙ୍ଗରେ ବେଶ ଉପଭୋଗ କରିଛି । ଧିରୁଭାଇ ଅମ୍ବାନି ୧୯୬୯ ମସିହାରେ ଜଣେ ଅନରାରି ରୋଟାରିଆନ ହେବା ପରଠାରୁ ଅମ୍ବାନି ପରିବାରର ରୋଟାରି ସହିତ ସମ୍ପର୍କ ଆରମ୍ଭ ହୋଇଥିଲା । ରିଲାଏନ୍ସ ଦ୍ୱାରା ମୁମ୍ବାଇରେ ସୃଷ୍ଟି କରାଯାଇଥିବା ପ୍ରତିଟି ଅନୁଷ୍ଠାନ ମୁମ୍ବାଇ ସହର ସହିତ ଦୃଢ ଭାବରେ ସଂଯୁକ୍ତ ଏବଂ ମୁମ୍ବାଇର ଦର୍ଶନରେ ଅନୁପ୍ରାଣିତ ।”

Also read- କାନାଡ଼ାରୁ ମସୁର ଆମଦାନୀ କମିଲା; ଦର ବଢ଼ିବା ଆଶଙ୍କାରେ ଖାଉଟି ଓ ବ୍ୟବସାୟୀ, ଏବେ ଏହି ଦେଶରୁ ଡାଲି କିଣିବେ ଭାରତୀୟ ?

   Related Posts