ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପିଲାଙ୍କଠୁ କେତେ ନେଇଥାଏ ଫି’ ? ଜାଣନ୍ତୁ…

Published By : Prameya-News7 Bureau | May 28, 2023 IST

ମୁମ୍ବାଇ ୨୮।୦୫: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ । ୨୦୦୩ରେ ନୀତା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରତିଷ୍ଠା କରିଥିଲେ । ଯାହା ସେଲିବ୍ରିଟି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସିଦ୍ଧ । କିନ୍ତୁ ଜାଣନ୍ତି କି ଏହି ସ୍କୁଲ ଛାତ୍ରଛାତ୍ରୀଙ୍କୁ କେତେ ଟଙ୍କା ଚାର୍ଜ କରିଥାଏ । ଆଉ ଏହି ସ୍କୁଲର ଶିକ୍ଷକମାନେ କେତେ ଟଙ୍କା ନେଇଥାନ୍ତି ଦରମା । ଆସନ୍ତୁ ଜାଣିବା…

{"id":793584,"width":840,"height":473,"sizeSlug":"full","linkDestination":"none"}

ଏହି ସ୍କୁଲରେ ବଲିଉଡର ପ୍ରସିଦ୍ଧ ଅଭିନେତା ଏବଂ କ୍ରିକେଟରଙ୍କ ପିଲାମାନେ ଅଧ୍ୟୟନ କରିଥାନ୍ତି । ନୀତାଙ୍କ ସ୍କୁଲ କେବଳ ସେଲିବ୍ରିଟି ପିଲାମାନଙ୍କ ପାଇଁ ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଅଟେ । ଉଚ୍ଚମାନର ଶିକ୍ଷା ପାଇଁ DAISରେ ସମସ୍ତ ପ୍ରକାରର ସୁବିଧା ଅଛି । ଯେପରିକି ୬୦ଟି ଏୟାର କଣ୍ଡିସନ୍ କ୍ଲାସରୁମ୍, ଏବଂ ଇଣ୍ଟରନେଟ୍ କନେକ୍ସନ୍ ଆଦି ସବୁ ରହିଛି ନିତାଙ୍କ ଏହି ସ୍କୁଲରେ ।  ଏହି ସ୍କୁଲରେ କେବଳ ପାଠ ଉପରେ ଧ୍ୟାନ ଦେଇଥାଏ ତା ନୁହେଁ  । ବରଂ ସ୍ପୋର୍ଟ୍ସ ଓ ଏକ୍ସାଟ୍ରା କରିକୁଲାର ଆକ୍ଟିଭିଟି ଉପରେ ମଧ୍ୟ ଧ୍ୟାନ ଦେଇଥାଏ ।

{"id":793585,"width":841,"height":509,"sizeSlug":"full","linkDestination":"none"}

DAISରେ ଶିକ୍ଷକଙ୍କ ଦରମା ମାସିକ  ୩ ଲକ୍ଷରୁ ୧୬ ଲକ୍ଷ ୯୦ ହଜାର ଯାଏଁ ରହିଥାଏ । ଧୀରୁଭାଇ ଅମ୍ବାନୀ ସ୍କୁଲରେ ଆପ୍ଲିକେସନ୍ ଫି’ ୫ ହଜାର ଟଙ୍କା । ସେହିପରି ୮ମରୁ ୧୦ କ୍ଲାସ ICSEର ଛାତ୍ରଛାତ୍ରୀଙ୍କ ମାସିକ ଟ୍ୟୁସନ ଫି  ୧୫ ହଜାର ୪୦୦ ଟଙ୍କା । ୮ମରୁ ୧୦ମ IGCSE ଛାତ୍ରଛାତ୍ରୀଙ୍କ ପାଇଁ ନୀତା ଅମ୍ବାନୀଙ୍କ ସ୍କୁଲ ବାର୍ଷିକ ପ୍ରାୟ ୫ ଲକ୍ଷ ୯୦ ହଜାର ଟଙ୍କା ଚାର୍ଜ କରେ ।

You Can Read :

wp:embed {"url":"https://www.prameyanews7.com/a-life-threatening-non-sugar-sweetener/","type":"wp-embed","providerNameSlug":"prameya-news-7"}
https://www.prameyanews7.com/a-life-threatening-non-sugar-sweetener/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.