ରାଉରକେଲା NIT ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 04, 2023 IST

ରାଉରକେଲା: ରାଉରକେଲା ସ୍ଥିତ ଏନଆଇଟିରେ ଛାତ୍ରଙ୍କ ଆତ୍ମହତ୍ୟା। ମୃତକ ଛାତ୍ର ହେଉଛନ୍ତି ଦେବମାଲ୍ୟ ରୟ କର୍ମଚାର। ସେ ତ୍ରିପୁରାର ବାସିନ୍ଦା।  ଦେବମାଲ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂରେ ବିଟେକର ଦ୍ଵିତୀୟ ବର୍ଷର ଛାତ୍ର । ଆଜି ସକାଳୁ ତାଙ୍କର ଅଭିଭାବକଙ୍କ ଫୋନ୍ ରିସିଭ ନକରିବାରୁ କଲେଜ କର୍ତ୍ତୃପକ୍ଷଙ୍କ ନଜରକୁ ଏହି ଘଟଣା ଆସିଥିଲା। ଏମ.ଏସ. ଏସ. ହଲ୍ ଅଫ୍ ରେସିଡେନ୍ସରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟାର କାରଣ  ଅସ୍ପଷ୍ଟ  ଥିବା ବେଳେ ସେକ୍ଟର ୩ ପୋଲିସ  ତଦନ୍ତ ଆରମ୍ଭ  କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.