କିମିଆଁ କରିଛି ପାଠ : ୫୦ବର୍ଷ ବୟସରେ ମଧ୍ୟ ଟ୍ରିପଲ୍ ଡକ୍ଟରେଟ୍ କରୁଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ନିଶିଗନ୍ଧା ଓ୍ବାଡ
26/02/2020 at 10:36 AM

ମୁମ୍ବାଇ ୨୬/୨: ‘ମେରି ଗୁଡ଼ିଆ’ ଶୋ ମା-ଝିଅଙ୍କ ଏକ ନିଆରା କାହାଣୀ ଉପରେ ହୋଇଛି ଏଠାରେ ଜଣେ ମାଆ ମରିଗଲେ ବି ନିଜ ୪ବର୍ଷର ଝିଅ ଅବିଙ୍କୁ ରକ୍ଷା କରିବା ପାଇଁ ଫେରି ଆସନ୍ତି ଏବଂ ତାଙ୍କ ଆତ୍ମା ଝିଅର କଣ୍ଢେଇରେ ରହି ଯାଉଛି। ଏହି ଶୋ ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଗୌରବ ବଜାଜ(ରାଘବେନ୍ଦ୍ର ଗୁଜରାଲ)ଙ୍କ ମାଆ ଭୂମିକାରେ ଅଭିନୟ କରୁଥିବା ନିଶିଗନ୍ଧା ଓ୍ବାଡ଼ଙ୍କ ଏତେ ପାଠପଢ଼ାରେ ଆଗ୍ରହ ଯେ ୫୦ବର୍ଷ ବୟସରେ ମଧ୍ୟ ସେ ନିଜ ଟ୍ରିପଲ୍ ଡକ୍ଟରେଟ୍ ପାଠ ପଢ଼ୁଛନ୍ତି।

ଲୋକେ କୁହନ୍ତି ପାଠପଢ଼ାର କୌଣସି ବୟସ ନଥାଏ। ଏହାର ପ୍ରମାଣ ଦେବାକୁ ଯାଇ ହିନ୍ଦୀ ଏବଂ ମରାଠୀ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ନିଶିଗନ୍ଧା ଓ୍ବାଡ଼ ଅଭିନୟ ସହ ବର୍ତ୍ତମାନ ଟ୍ରିପଲ୍ ଡକ୍ଟରେଟ ମଧ୍ୟ କରୁଛନ୍ତି। ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ କିନ୍ତୁ ଏହା ସତ। ନିଶିଗନ୍ଧା ଓ୍ବାଡ଼ କୁହନ୍ତି ,‘ସେ ଅଭିନୟ ସହ ପାଠପଢ଼ା ଜାରି ରଖିଛନ୍ତି। ଏଥିପାଇଁ ତାଙ୍କ ପାଠପଢ଼ାର ରିଦମ୍ ଭାଙ୍ଗିନାହିଁ। ତେଣୁ ସେ ଆଜି ବି ସେଟରୁ ଫେରିବା ପରେ ଘଣ୍ଟାଏରୁ ୨ଘଣ୍ଟା ପାଠ ପଢ଼ନ୍ତି। ସେ ପାଠ ନ ପଢ଼ିଲେ ତାଙ୍କୁ ନିଦ ହୁଏ ନାହିଁ। ସେ ସ୍କୁଲ୍ ଏବଂ କଲେଜରେ ପଢ଼ିବା ସମୟରେ ସବୁବେଳେ ମେରିଟ୍ ଲିଷ୍ଟରେ ରହୁଥିଲେ। ସେ କେବେ ବି ପାଠପଢ଼ାରୁ ବିରତ ହୋଇନାହାନ୍ତି।

୨୦୦୩ମସିହାରେ ସେ ମୁମ୍ବାଇ ୟୁନିଭର୍ସିଟିରୁ ‘ଚେଞ୍ଜିଙ୍ଗ୍ ରୋଲ୍ ଅଫ ଓ୍ବିମେନ୍ ଇନ୍ ସୋସାଇଟି’ ଟପିକରେ ନିଜର ପ୍ରଥମ ପିଏଚଡି କରିଥିଲେ। ଏହି ସମୟରେ ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରୁ ତାଙ୍କୁ ସ୍କଲାରଶିପ୍ ମଧ୍ୟ ମିଳିଥିଲା। ଏହା ପରେ ୨୦୧୩ମସିହାରେ ସେ ମୁମ୍ବାଇ ୟୁନିଭର୍ସିଟିରୁ ‘ଓ୍ବିମେନ୍ ଏମ୍ପାଓ୍ବାରମେଣ୍ଟରେ ନିଜର ଦ୍ବିତୀୟ ପିଏଚଡି କରିଥିଲେ ଏବଂ ତୃତୀୟ ଥର ପିଏଚଡି ପୁଣେ ୟୁନିଭର୍ସିଟିରୁ ‘ମରାଠୀ ସାହିତ୍ୟ’ରେ କରୁଛନ୍ତି। ‘ମ୍ୟାଡାମ କାମ’ରେ ତାଙ୍କ ଜର୍ଣ୍ଣଲ୍ ପ୍ରକାଶିତ ହୋଇଛି ଯେଉଁଥିପାଇଁ ସେ ବହୁତ ଖୁସି। ସେ ସବୁବେଳେ ଲେଖାଲେଖି କରନ୍ତି। ଏବେ ସୁଦ୍ଧା ସେ ୯ଟି ପୁସ୍ତକ ଲେଖିଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ଚାହିଁବା ପାଠପଢ଼ା ପାଇଁ ସମୟ ବାହାର କରିବା। ସେ ସୁଟିଂ ସେଟରେ ସମୟ ମିଳିଲେ ପାଠ ପଢ଼ନ୍ତି।

ଅଭିନେତ୍ରୀ ନିଶିଗନ୍ଧା ଓ୍ବାଡ ଅନେକ ଶୋ ରେ ମା ଭୂମିକାରେ ଚମତ୍କାର ଅଭିନୟ କରିଛନ୍ତି। ସେ କେବଳ ହିନ୍ଦୀ ସିନେମା ନୁହେଁ ବରଂ ମରାଠୀ ସିନେମାରେ ମଧ୍ୟ ଏକ ଚର୍ଚ୍ଚିତ ଚେହେରା। ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।