#MeToo ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ନିଶା ବୋରା

Published By : Prameya-News7 Bureau | October 16, 2018 IST

ବିଶିଷ୍ଟ ଚିତ୍ରକାର ପଦ୍ମଭୂଷଣ ଯତୀନ ଦାସଙ୍କ ବିରୋଧରେ ନିଶା ବୋରା ନାମକ ଜଣେ ମହିଳା ଆଣିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ | ନିଶା ଅକ୍ଟୋବର ୧୬ ତାରିଖରେ ତାଙ୍କ ଫେସବୁକ ଟାଇମ ଲାଇନରେ ଯତୀନ ଦାସ ତାଙ୍କ ସହିତ କରିଥିବା ଅସଦାଚରଣ ସମ୍ପର୍କରେ ସମ୍ପୂର୍ଣ ବିବରଣ ଲେଖିଛନ୍ତି | ତେବେ ଯତୀନ ଦାସ ଏଭଳି ଅଭିଯୋଗକୁ ଅତ୍ୟନ୍ତ କଦର୍ଯ୍ୟ ଓ ନ୍ୟୁନମାନର ବୋଲି କହିଛନ୍ତି | ୭୬ ବର୍ଷ ବୟସ୍କ ଯତୀନ ଦାସ ଓଡିଶା ବାରିପଦାର ମୂଳନୀବାସୀ | ଜଣେ ବିଶିଷ୍ଟ ଚିତ୍ରକାର ୧୪ ବର୍ଷ ତଳେ ୨୦୦୪ ମସିହାରେ ଯତୀନ ଦାସ ନିଶା ବୋରାଙ୍କ ସହ ଏହି ଅସଦାଚରଣ କରିଥିବା ସେ ତାଙ୍କ ପୋଷ୍ଟରେ ବର୍ଣନା କରିଛନ୍ତି | ବୋରାଙ୍କ ଶ୍ୱଶୁର ଆୟୋଜନ କରିଥିବା ଏକ ରାତ୍ରି ଭୋଜନରେ ଯତୀନ ଦାସଙ୍କ ସହ ନିଶା ବୋରାଙ୍କ ସାକ୍ଷାତ ହୋଇଥିଲା | ଏହି ସାକ୍ଷାତ ସମୟରେ ୨୮ ବର୍ଷୀୟ ବୋରାଙ୍କୁ ଯତୀନ ଦାସ ତାଙ୍କର ଚିତ୍ରକୃତି ପାଇଁ ଉପାଦାନ ଯୋଗାଡ କରିବା କ୍ଷେତ୍ରରେ ସହାୟତା କରିବା ପାଇଁ ଯତୀନ ଦାସ କହିଥିଲେ | ଏଥିରେ ନିଶା ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ | କାରଣ ଯତୀନ ଦାସଙ୍କ ଭଳି ଜଣେ ବିଖ୍ୟାତ ଚିତ୍ରଶିଳ୍ପୀଙ୍କ ସହିତ କାମ କରିବା ସୌଭାଗ୍ୟ ବୋଲି ସେ ବିଚାର କରିଥିଲେ | ଏହା ପରେ ସେ ଯତୀନ ଦାସଙ୍କ ଘରକୁ ଯାଇଥିଲେ | ପ୍ରଥମ ଦିନ କାମ ଅତ୍ୟନ୍ତ ଉର୍ତ୍ତସହ ଜନକ ଥିଲା | କାମ ସାରି ଘରକୁ ଫେରିବା ବେଳେ ଯତୀନ ଦାସ ତାଙ୍କୁ ନିଜ ହସ୍ତାକ୍ଷର ଥିବା ଏକ ପୁସ୍ତକ ଏବଂ ଗୋଟିଏ ପେଣ୍ଟିଙ୍ଗ ଉପହାର ଦେଇଥିଲେ | ଏହା ତାଙ୍କୁ ଅମୋଦିତ କରିଥିଲା ବୋଲି ବୋରା ଲେଖିଛନ୍ତି | ପରଦିନ ଖିଡକୀ ଭିଲେଜରେ ଥିବା ଯତୀନ ଦାସଙ୍କ ସ୍ଟୁଡ଼ିଓରେ ଉଭୟଙ୍କ ସାକ୍ଷାତ ହୋଇଥିଲା | ପାଖାପାଖି ଅପରାହ୍ନ ବେଳକୁ ଯତୀନ ଦାସ ୨ ବ୍ୟାଗ ଭିସ୍କି ତିଆରି କରିଆଣିଥିଲେ ଏବଂ ତାଙ୍କୁ ଭିସ୍କି ପିଇବା ପାଇଁ କହିଥିଲେ | କିନ୍ତୁ ବୋରା ମନା କରିଦେଇଥିଲେ | ଫଳରେ ଯତୀନ ଦାସ ନିଜେ ଭିସ୍କି ପିଇଥିଲେ | ଏହା ପରେ ପରେ ତାଙ୍କୁ ଯତୀନ ଦାସ ଆଲିଙ୍ଗନ କରିବା ପାଇଁ ଉଦ୍ୟମ କରିଥିଲେ | କିନ୍ତୁ ବୋରା ତାଙ୍କୁ ଦୁରକୁ ଠେଲି ଦେଇଥିଲେ | ପରା ମୁହୂର୍ତ୍ତରେ ପୁଣି ଯତୀନ ଦାସ ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଓଠରେ ଚୁମ୍ବନ ଦେଇଥିଲେ | ଯତୀନ ଦାସଙ୍କ ଦାଢ଼ି ତାଙ୍କ ମୁହଁରେ କେମିତି ଲାଗିଥିଲା ସେ କଥା ଏବେ ବି ସେ ମାନେ ରଖିଛନ୍ତି ବୋଲି ବୋରା ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି | ଯତୀନ ଦାସ ଏଭଳି କରୁଥିବା ବେଳେ ବୋରା ତାଙ୍କୁ ଦୁରକୁ ଠେଲିଦେଇ ନିଜ ବ୍ୟାଗ ଧରି ଘରକୁ ଚାଲିଆସିଥିଲେ ବୋଲି କହିଛନ୍ତି | ଏହା ପରଠୁ ଯତୀନ ଦାସଙ୍କ ସହ ସେ ଆଉ କୌଣସି ସମ୍ପର୍କ ରଖିନଥିବା ମଧ୍ୟ ଦର୍ଶାଇଛନ୍ତି | କେବେ ଏ ବିଷୟରେ ସେ କାହାକୁ କହିନାହାନ୍ତି | ତେବେ ଏବେ ମି ଠୁ ଅଭିଯାନ ତାଙ୍କୁ ଏହି ସତ୍ୟ ପରିପ୍ରକାଶ କରିବା ପାଇଁ ଶକ୍ତି ଦେଇଛି ବୋଲି ଫେସବୁକ ପୋଷ୍ଟରେ ନିଶା ବୋରା ଲେଖିଛନ୍ତି | ସୂଚନାଯୋଗ୍ୟ ଯେ, ଚିତ୍ର କ୍ଷେତ୍ରରେ ଉତ୍କର୍ଷ ପାଇଁ ୨୦୧୨ ମସିହାରେ ଯତୀନ ଦାସଙ୍କୁ ପଦ୍ମ ଭୂଷଣ ଉପାଧି ପ୍ରଦାନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.