କରୋନାକୁ ବ୍ରେକ୍‌ ଲାଗୁନି : ସେପଟେ ବାତ୍ୟା ଭୟ, ଆତଙ୍କିତ ମୁମ୍ବାଇବାସୀ

Published By : Prameya-News7 Bureau | June 02, 2020 IST

ମୁମ୍ବାଇ ୦୨।୦୬: ସାରାଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି । ଦେଶର ଆର୍ଥିକ ରାଜଧୀନ କୁହାଯାଉଥିବା  ମୁମ୍ବାଇ(ମହାରାଷ୍ଟ୍ର) ମଧ୍ୟ କରୋନା ଭାଇରସରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ । ଗୋଟିଏ ପଟେ ରାଜ୍ୟ ଏହିଭଳି ମହାମାରୀର ସାମ୍ନାକୁ କରୁଥିବା ବେଳେ ଆଉ ଗୋଟିଏ ବିପତ୍ତି, ତାହାର  ନାମ ହେଉଛି  ସାମୁଦ୍ରିକ ଝଡ ‘ନିର୍ସଗ’ର ଭୟ ମୁମ୍ବାଇକୁ ଘାରିଲାଣି । ଭାରତୀୟ ପାଣିପାଗ ବିଭାଗ ମୁତାବିକ, ନିସର୍ଗ ବୁଧବାର ଦିନ ମୁମ୍ବାଇ ଉପକୂଳରେ ପହଞ୍ଚିବା ଆଶଙ୍କା କରାଯାଉଛି । ଯାହାଫଳରେ ଏହି ସମୟରେ ଅତିକମ୍‌ରେ ୧୦୦କିମି ବେଗରେ ପବନ ବୋହିବା ଅନୁମାନ କରାଯାଉଛି ।  ଯାହାକୁ ନେଇ BMC ଘନ ଘନ ବୈଠକ କରୁଛି, ଏବଂ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ମଧ୍ୟ ରଖିଛି । BMCର ଅଧିକାରୀମାନେ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ପରିସ୍ଥିତି ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ।

{"id":279977,"sizeSlug":"large"}

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନିସର୍ଗ କ୍ରମଶଃ ଅବପାତର ରୂପ ନେଇଛି। ମଙ୍ଗଳବାର ଦିନ ଏହା ଝଡବାତ୍ୟା ବା ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇପାରେ । ୩ ତାରିଖରେ ଏହା ଭୀଷଣ ଝଡବାତ୍ୟା ବା ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରୁ ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା କ୍ରମଶଃ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗତ ୬ ଘଣ୍ଟା ହେଲା ଗତି କରୁଛି । ୩ ତାରିଖରେ ଉତ୍ତର ମହରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳର ମଧ୍ୟଭାଗ ରାଇଗଡ ହରିହରେଶ୍ବର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଏହି ସମୟରେ ୧୦୫ ରୁ ୧୨୫ କିଲୋମିଟର ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି । ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ହୋଇପାରେ | ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ରବିବାର ଦିନ ପାଣିପାଗ ବିଭାଗ ଏ ସମ୍ପର୍କରେ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି କରିଥିଲେ , କିନ୍ତୁ ସୋମବାର ଏହାକୁ ରେଡ୍‌ରେ ପରିବର୍ତ୍ତନ କରାଯାଇଥିଲା।

{"id":279978,"sizeSlug":"large"}

ସାମୁଦ୍ରିକ ଝଡ ନିସର୍ଗରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବିଏମସିକୁ ଅନେକ ପରାମର୍ଶ ଦେଇଛନ୍ତି। ଯେଉଁ ଡାକ୍ତରଖାନାରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ସେଠାରେ ବିଦ୍ୟୁତ୍ ଉପଲବ୍ଧ ଯେପରି ସଠିକ ଭାବେ ହେବାକୁ ବିଏମସି ପକ୍ଷରୁ କୁହାଯାଇଛି। ଏଥିପାଇଁ ଅତିରିକ୍ତ ବ୍ୟବସ୍ଥା କରାଯିବା ଉଚିତ୍ ।

{"id":279988,"sizeSlug":"large"}

ଖୋଲା ପଡ଼ିଆରେ ନିର୍ମିତ କୋଭିଡ କେନ୍ଦ୍ରଗୁଡ଼ିକର ସ୍ଥିତି ଦେଖି ସେଠାରେ  ରୋଗୀଙ୍କୁ ଭର୍ତ୍ତି କରାଯାଉ ।  ଆବଶ୍ୟକ ସ୍ଥଳେ ସେଠାରୁ ସ୍ଥାନାନ୍ତର ହେବାକୁ ମଧ୍ୟ ପ୍ରସ୍ତୁତ ରୁହନ୍ତୁ । ସେହିପରି  ନିମ୍ନ ଅଞ୍ଚଳରେ ଯେଉଁଠାରେ ପାଣି ପଶିବାର ସମ୍ଭାବନା ରହିଛି । ଆବଶ୍ୟକ ସ୍ଥଳେ ସେଠାରେ ଫସିବାକୁ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଶୀଘ୍ର ବ୍ୟବସ୍ଥା କରାଯାଉ, ଏବଂ ଏଥିପାଇଁ କ୍ୱିଇକ୍‌ ଆକ୍ସନ ଟିମ୍‌ ପ୍ରସ୍ତୁତ କରାଯାଉ ।

{"id":279987,"sizeSlug":"large"}

ମୁମ୍ବାଇକୁ ସାମୁଦ୍ରିକ ଝଡ  ‘ନିସର୍ଗ’ରୁ ରକ୍ଷା କରିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF)ର ତିନିଟି ଦଳକୁ  ନିୟୋଜିତ କରାଯାଇଛି । ରାଜ୍ୟର ପ୍ରଭାବିତ ହେବାକୁ ଅଞ୍ଚଳ ଗୁଡିକୁ ମଧ୍ୟ ଟିମ୍‌ ଦଳ ପଠାଯାଇଛି। ଏହି ଦଳଗୁଡିକ ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି।

{"id":279989,"sizeSlug":"large"}

ମୁମ୍ବାଇ ବ୍ୟତୀତ ପାଲଘରରେ ଦୁଇଟି ଏବଂ ଥାନେ, ରାୟାଗଡ, ରତ୍ନାଗିରି ଏବଂ ସିନ୍ଧୁଦର୍ଗରେ ଦୁଇଟି ଦଳ ନିୟୋଜିତ ହୋଇଛନ୍ତି। ଏହି ଦଳ ମହାରାଷ୍ଟ୍ର ସରକାର, ବିଏମସି, ପାଣିପାଗ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଭାବେ ଯୋଗାଯୋଗରେ ଅଛନ୍ତି । ବିଏମସି ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଉଦ୍ଧାରକାରୀମାନେ ସମୁଦ୍ର କୂଳର ପାଖାପାଖି ଅଞ୍ଚଳରେ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.