'୨୦ ତାରିଖ ସକାଳ ଆମ ଜୀବନର ଏକ ନୂଆ ସକାଳ ହେବ, ମୁଁ ଫାଶୀଖୁଣ୍ଟରେ ସେହି ପାପୀଙ୍କ ଝୁଲିବା ଦେଖିବାକୁ ଚାହେଁ', କହିଲେ ନିର୍ଭୟାଙ୍କ ମା’

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ମାର୍ଚ୍ଚ ୦୫:  ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଛି। ଆସନ୍ତା ୨୦ ତାରିଖ ସକାଳ ସାଢେ ୫ଟାରେ ସେମାନଙ୍କୁ ଫାଶୀ ଦିଆଯିବା ନେଇ ଗୁରୁବାର କୋର୍ଟ କହିଛନ୍ତି। ଏହା ମଧ୍ୟରେ ନିର୍ଭୟାଙ୍କ ମା ଆଶା ଦେବୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

{"id":233324,"width":749,"height":436,"sizeSlug":"large"}

ସେ କହିଛନ୍ତି ଯେ, ଦୋଷୀଙ୍କୁ ନିର୍ଧାରିତ ହୋଇଥିବା ଦିନ ଫାଶୀଖୁଣ୍ଟରେ ଝୁଲାଯିବ ବୋଲି ଆଶା ରହିଛି। ୨୦ ମାର୍ଚ୍ଚର ସକାଳ ହିଁ ତାଙ୍କ ଜୀବନର ସବଠାରୁ ଭଲ ସକାଳ ହେବ। ମରିବା ପୂର୍ବରୁ ନିର୍ଭୟା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ନିବେଦନ କରିଥିଲେ। ଯଦି ସୁଯୋଗ ମିଳେ ତେବେ ସେମାନଙ୍କ ମୃତ୍ୟୁ ମଧ୍ୟ ନିଜ ଆଖିରେ ଦେଖିବାକୁ ଇଚ୍ଛା ଅଛି ବେଲି ଆଶାଦେବୀ କହିଛନ୍ତି।

{"id":233322,"width":745,"height":419,"sizeSlug":"large"}

ଆଶାଦେବୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଓ୍ୱନର ରାଜଯମା ଆବେଦନ ଖାରଜ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଏବେ ତାଙ୍କୁ ନ୍ୟାୟ ମିଳିବାର ସ୍ୱପ୍ନ ସତ ହେବାକୁ ବସିଛି।କୋର୍ଟ ଦୋଷୀଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ହସ୍ତକ୍ଷେପ ପାଇଁ ହୋଇଥିବା ଆବେଦନକୁ ବୁଧବାର ଶୁଣାଣି କରିବା ପାଇଁ ମନା କରିଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଦୋଷୀଙ୍କୁ ଫାଶୀ ଦିଆୟାଇପାରି ନଥିଲା। ପଓ୍ୱନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ ସେମାନଙ୍କର ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.