ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବିକ୍ଷୋଭ

Published By : Prameya-News7 Bureau | December 08, 2022 IST

ଜଗତସିଂହପୁର, ୦୮/୧୨: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଜଗତସିଂହପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଲୋଭାକାନ୍ତ ସ୍ବାଇଁଙ୍କ ନେତୃତ୍ୱରେ ବିଭିନ୍ନ ଶ୍ରମିକମାନେ ଯୋଗ ଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଶ୍ରମ କାର୍ଯ୍ୟାଳୟ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟ ଦାବି ମଧ୍ୟରେ OTP ବ୍ୟବସ୍ଥା ଉଚ୍ଛେଦ, ଘୋଷିତ ସହାୟତା ପ୍ରଦାନ ଆଦି ବାବଦରେ ଶ୍ରମିକ ମାନେ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.