ଜିଏସ୍‌ଟି ବିଷୟରେ ସୂଚନା ଦେଉଥିବା ବେଳେ ଅର୍ଥମନ୍ତ୍ରୀଙ୍କ ପାଟିରୁ ଖସିଲା କଥା: ଭାଇରାଲ୍ ହେଉଛି ଭିଡିଓ, କମେଣ୍ଟ କରୁଛନ୍ତି ବିରୋଧୀ

Published By : Prameya-News7 Bureau | June 30, 2022 IST

ନୂଆଦିଲ୍ଲୀ: ଜିଏସ୍‌ଟି ଲାଗୁ ବିଷୟରେ ସୂଚନା ଦେଉଥିବା ବେଳେ ପାଟିରୁ ଖସିଲା କଥା। ଭିଡିଓ ଭାଇରାଲ ପରେ ସମାଲୋଚନାର ଶିକାର ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବୁଧବାର ନୂଆକରି ଜିଏସ୍‌ଟି ଲାଗୁ ଓ ବୃଦ୍ଧି ନେଇ ସୂଚନା ଦେଉଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ସମୟରେ  ହର୍ସ ରେସିଂ ବଦଳରେ ତାଙ୍କ ପାଟିରୁ ହର୍ସ ଟ୍ରେଡିଂ ଖସିଯାଇଥିଲା। ଏହାର ତୁରନ୍ତ ପରେ ସେ ସଂଶୋଧନ କରି ହର୍ସ ରେସିଂ କହିଥିଲେ। କିନ୍ତୁ ସୀତାରମଣଙ୍କ ଏହି ଖସିଯିବା କଥା କିନ୍ତୁ ଇଣ୍ଟରନେଟ୍‌ ଆଖିରୁ ବର୍ତ୍ତି ଯାଇନି। ଏହାର ଛୋଟ ଭିଡିଓ ଖଣ୍ଡକୁ ସାଧାଣ ଜନତା ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷା କରୁଛନ୍ତି।

wp:html /wp:html

କଂଗ୍ରସେର ମିଡିଆ ପବ୍ଲିସିଟି ଚେୟାର ମ୍ୟାନ୍ ପୱନ ଖେରା ଏହି ଭିଡିଓକୁ ପୋଷ୍ଟ କରି ସୀତାରମଣଙ୍କୁ ବ୍ୟାଙ୍ଗ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ମୁଁ ଜାଣିଥିଲି ଯେ ସୀତାରମଣ ଜୀ ବାଲଟ ବକ୍ସ ବାହାରେ ବି କିଛି ଭାବିପାରିବାର ଦକ୍ଷତା ରଖନ୍ତି। ହର୍ଷ ଟ୍ରେଡିଂରେ ନିଶ୍ଚିତ ରୂପ ଜିଏସ୍‌ଟି ଲାଗୁ ହେବ ଦରକାର।” ସେହିପରି କଂଗ୍ରେସ ସଚିବ ବିନୀତ ପୁନିଆ ମଧ୍ୟ ଭିଡିଓକୁ ଟ୍ୱିଟ୍ କରି ଲେଖିଛନ୍ତି “ ହର୍ଷ ଟ୍ରେଡିଂରେ ନିର୍ମଳା ସୀତାରମଣଙ୍କର ଜିଏସ୍‌ଟି ଲାଗୁ କରିବା  ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।”

wp:html /wp:html

ସେହିପିର ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି “ ସତ ଆପେ ଆପେ ବାହାରି ଆସେ। ହର୍ଷ ଟ୍ରେଡିଂରେ ଜିଏସଟି ଲଗାଇବେ? ଦୟାକରି ତୁରନ୍ତ କରନ୍ତୁ।” ଏହିଭଳି ଅନେକ ନେତା ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.