ନିରାଡ଼ମ୍ବର ଭାବେ ଝିଅର ବିବାହ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ, ସୀମିତ ଲୋକଙ୍କ ଗହଣରେ ପଡ଼ିଲା ହାତଗଣ୍ଠି

Published By : Prameya-News7 Bureau | June 08, 2023 IST

ନୂଆଦିଲ୍ଲୀ, ୦୮/୦୬: ବର୍ତ୍ତମାନର ସମୟରେ ଅନେକ ଲୋକ ଅତି ଜାକଜମକରେ ବିବାହ କରିବାକୁ ପସନ୍ଦ କରୁଛନ୍ତି। ବଡ଼ ବଡ଼ ଫାଇଭ୍‌ ଷ୍ଟାର ହୋଟେଲରେ କରାଯାଉଛି ବିବାହ ଆୟୋଜନ। ଖାଲି ବିବାହ ନୁହେଁ ଅନେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ହେଲେ ଅନେକଙ୍କୁ ହୁଏତ ଏଭଳି ବିଳାସପୂର୍ଣ୍ଣ ବିବାହ ପସନ୍ଦ ଆସିନଥାଏ। ଏବେବି ଅନେକ ଲୋକ ବିବାହ ନିରାଡ଼ମ୍ବରରେ କରିବାକୁ ପସନ୍ଦ କରନ୍ତି । ଏବେ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ନିଜ ଝିଅର ନିରାଡ଼ମ୍ବର ବିବାହ କରାଇଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ନିରାଡ଼ମ୍ବର ଭାବରେ ନିଜ ଝିଅର ବିବାହ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ ବିବାହ ପାଇଁ କୌଣସି ଫାଇଭ ଷ୍ଟାର ହୋଟେଲ ନୁହେଁ କି କୌଣସି ମଣ୍ଡପ ନୁହେଁ ବରଂ ନିଜ ଘରେ ହିଁ ଏହି ବିବାହ ଉତ୍ସବ ପାଳନ ହୋଇଛି। ସଂପୂର୍ଣ୍ଣ ନିରାଡ଼ମ୍ବର ଭାବରେ ବନ୍ଧୁ ଏବଂ ପରିଜନଙ୍କ ଗହଣରେ ବେଙ୍ଗାଲୁରୁରେ ଏହି ବିବାହ ସମାରୋହ ସମାପନ ହୋଇଛି। ଏମିତିକି ବିବାହ ସମାରୋହରେ କେହି ରାଜନୀତିକ ହେଭିଓ୍ବେଟ୍‌ ମଧ୍ୟ ଦେଖିନଥିଲା।

ଆହୁରି ପଢ଼ନ୍ତୁ: ଐଶ୍ବର୍ଯ୍ୟା ରାୟ ବଚ୍ଚନ: ଆଲିସାନ୍ ବଙ୍ଗଳାର କୁଇନ୍, ସୌନ୍ଦର୍ଯ୍ୟ ଓ ସମ୍ପତ୍ତିରେ ନଂ-୧

ସଂପୂର୍ଣ୍ଣ ବ୍ରାହ୍ମଣ ରୀତିନୀତି ଅନୁଯାୟୀ, ସୀତାରମଣଙ୍କ ଝିଅ ପି.ବାଙ୍ଗମାୟୀଙ୍କ ବିବାହ ପ୍ରତୀକଙ୍କ ସହ ହୋଇଛି । ବିବାହ ଆଡାମାରୁ ମଠର ବୈଦିକ ରୀତିନୀତି ଅନୁଯାୟୀ ହୋଇଥିଲା। ମଠର ସନ୍ଥମାନେ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୨୭ ବର୍ଷ ପରେ ଭାରତକୁ ଫେରିଲା ମିସ୍‌ ଓ୍ବାର୍ଲଡ ପ୍ରତିଯୋଗିତା, ୭୧ ତମ ସଂସ୍କରଣର କରିବ ଆୟୋଜନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.