କିଏ ଏହି ପ୍ରତୀକ ଦୋସି ? ଯିଏକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ହୋଇଛନ୍ତି ଜ୍ୱାଇଁ
9/06/2023 at 3:46 PM

ନୂଆଦିଲ୍ଲୀ ୦୯।୦୬: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅପି.ବାଙ୍ଗମାୟୀ । ଜୁନ୍ ୮ ଅର୍ଥାତ୍ ଗୁରୁବାର ଦିନ ନିରାଡ଼ମ୍ବର ଭାବେ ନିଜ ଝିଅର ବିବାହ କରାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ବିବାହ ପାଇଁ କୌଣସି ଫାଇଭ ଷ୍ଟାର ହୋଟେଲ କି ମଣ୍ଡପ ନୁହେଁ ବରଂ ନିଜ ଘରେ ହିଁ ପାଳନ ହୋଇଛି ବିବାହ ଉତ୍ସବ । ସଂପୂର୍ଣ୍ଣ ନିରାଡ଼ମ୍ବର ଭାବରେ ବନ୍ଧୁ ଏବଂ ପରିଜନଙ୍କ ଗହଣରେ ବେଙ୍ଗାଲୁରୁରେ ସମାପନ ହୋଇଛି ବିବାହ । ଏମିତିକି ବିବାହ ସମାରୋହରେ ଦେଖିବାକୁ ମିଳିନଥିଲେ ରାଜନୀତିକ ହେଭିଓ୍ବେଟ୍। ସଂପୂର୍ଣ୍ଣ ବ୍ରାହ୍ମଣ ରୀତିନୀତି ଅନୁଯାୟୀ ସୀତାରମଣଙ୍କ ଝିଅ ପି.ବାଙ୍ଗମାୟୀଙ୍କ ବିବାହ ପ୍ରତୀକଙ୍କ ସହ ହୋଇଛି । କିନ୍ତୁ ଆପଣ ଜାଣନ୍ତି କି ଅର୍ଥମନ୍ତ୍ରୀଙ୍କ ଜ୍ବାଇଁ ପ୍ରତୀକ କିଏ ଏବଂ ସେ କଣ କରନ୍ତି ?

ଗୁଜୁରାଟର ମୂଳବାସିନ୍ଦା ହେଉଛନ୍ତି ପ୍ରତୀକ ଦୋସି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଜଣେ ସ୍ୱତନ୍ତ୍ର ଅଧିକାରୀ । ସେ PMOରେ ସ୍ବତନ୍ତ୍ର ଡ୍ୟୁଟି ଅଫିସର ଅଛନ୍ତି । ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରଠୁ ଅର୍ଥାତ୍ ୨୦୧୪ରୁ ସେ ଏଠାରେ କାର୍ଯ୍ୟ କରି ଆସୁଛନ୍ତି । ସେ ସିଙ୍ଗାପୁର ମ୍ୟାନେଜମେଣ୍ଟ ସ୍କୁଲରୁ ହାସଲ କରିଛନ୍ତି ସ୍ନାତକ । PMO ୱେବସାଇଟ୍ ଅନୁଯାୟୀ, ପ୍ରତାପ ଦୋସି ବର୍ତ୍ତମାନ PM କାର୍ଯ୍ୟାଳୟରେ ରିସର୍ଚ୍ଚ ଆମ୍ଡ ଷ୍ଟଡିଜ୍ ବିଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ତୁଲାଉଛନ୍ତି।

ସୀତାରମଣଙ୍କ ଜ୍ବାଇଁଙ୍କୁ ମୋଦୀଙ୍କ ଖାସ୍ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ସେ ମୋଦୀଙ୍କ ସହ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ପ୍ରକୃତରେ ମ୍ୟାନେଜମେଣ୍ଟ ପଢା ସମାପ୍ତ କରିବା ପରେ, ସେ ଗୁଜୁରାଟରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଖବର ଅନୁଯାୟୀ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ପ୍ରତୀକ ଦୋସି ତାଙ୍କ କାର୍ଯ୍ୟାଳୟରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଆଉ ଯେତେବେଳେ ମୋଦି କେନ୍ଦ୍ରକୁ କ୍ଷମତାକୁ ଆସିଲେ, ସେତେବେଳେ ତାଙ୍କୁ ଗୁଜୁରାଟରୁ ଦିଲ୍ଲୀକୁ ଡକାଯାଇଥିଲା। ୨୦୧୪ରୁ PMOରେ କାର୍ଯ୍ୟ କରୁଥିବା ପ୍ରତୀକ, ୪ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ରେ ଜଏଣ୍ଟ ସେକ୍ରେଟେରୀ ଭାବେ PMOରେ OSD ହୋଇଛନ୍ତି ନିଯୁକ୍ତ ।

ପ୍ରତୀକ ପ୍ରଧାନମନ୍ତ୍ରୀଙ୍କର ସ୍ବତନ୍ତ୍ର ଅଧିକାରୀଙ୍କ ଗଣତିରେ ଯାଆନ୍ତି । ଏହାବ୍ୟତୀତ ସେ ଲାଇମଲାଇଟ ଠାରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି । ସେ ସୋସିଆଲ ମିଡିଆଠାରୁ ଦୂରରେ ରହିଥାନ୍ତି । ଏମିତିକି ସେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତିନି ଏବଂ ନିଜ ପ୍ରୋଫାଇଲ ଫଟୋ ବି ରଖନ୍ତିନି ।
You Can Read: