ଆଦାନୀ ଗ୍ରୁପ ପ୍ରସଙ୍ଗରେ ମୁହଁ ଖୋଲିଲେ ନିର୍ମଳା ସୀତାରମଣ, କହିଲେ-ପୂର୍ବରୁ ମଧ୍ୟ ପ୍ରତ୍ୟାହାର ହୋଇଛି FPO

Published By : Prameya-News7 Bureau | February 04, 2023 IST

ନୂଆଦିଲ୍ଲୀ ୪।୨: ଆଦାନୀ ଗ୍ରୁପଙ୍କ ସେୟାର ମୂଲ୍ୟ ହ୍ରାସ ଓ ଏହାକୁ ନେଇ ବିରୋଧୀଙ୍କ ହୋ ହଲ୍ଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବୟାନ ଦେଇଛନ୍ତି। ଏଥି ଯୋଗୁ ଭାରତର ପରିସ୍ଥିତି କୌଣସି ପ୍ରକାର ପ୍ରଭାବିତ ହେବାର ଆଶଙ୍କା ନାହିଁ। ସେ କହିଛନ୍ତି ଯେ ଆମର ବୈଦେଶିକ ମୁଦ୍ରାଭଣ୍ଡାର ଗତ ୨ ଦିନରେ ବୃଦ୍ଧି ହୋଇ ୮ ମିଲିୟନ ଡଲାର ହୋଇଛି। ବଜାରରେ ଆଇପିଓ, ଏଫପିଓର ଯିବା ଆସିବା ଲାଗି ରହିଛି। ତେବେ ଆଦାନୀ ମାମଲାରେ ଭାରତର ଛବି ଅଥବା ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନଥିବା ନିର୍ମାଳା ସୀତାରମଣ କହିଛନ୍ତି।

ସେ କହିଛନ୍ତି ଯେ ନିୟାମକ ତାଙ୍କ କାମ କରିବେ, ଆରବିଆଇ ମାମଲାରେ ବୟାନ ଜାରି କରିସାରିଲେଣି। ଏାହ ପୂର୍ବରୁ ମଧ୍ୟ ଏଫପିଓ ପ୍ରତ୍ୟାହାର ହୋଇଛି। ତେବେ ବିରୋଧୀ ଦଳ ଶୁକ୍ରବାର ସଂସଦରେ ପ୍ରସଙ୍ଗର ମିଳିତ ସଂସଦୀୟ ସମିତି ( ଜେପିସି) ଯାଞ୍ଚ ଲାଗି ଦାବି କରୁଥିଲେ। ତେବେ ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିବେଶକଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସ୍ଥିର ଥିବା କହିଥିଲେ। ଆରବିଆଇ ନିଜେ ସତର୍କ ଥିବା ଓ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ସ୍ଥିରତା ଉପରେ ନଜର ରଖିଥିବା କହିଥିଲେ।

{"id":741536,"width":841,"height":474,"sizeSlug":"full","linkDestination":"none"}

ତେବେ ଆଦାନୀ ଗ୍ରୁପ ତାଙ୍କ ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଙ୍କ ୨୦ ହଜାର କୋଟି ଟଙ୍କାର ଫଲୋ ଅନ ପବ୍ଲିକ୍ ଅଫର (ଏଫପିଓ) ବୁଧବାର ପ୍ରତ୍ୟାହାର କରିନେଇଥିଲେ। ୨୦ ହଜାର କୋଟି ଟଙ୍କା ଲାଗି ସବସ୍କ୍ରିପସନ ନିମନ୍ତେ ଜାନୁୟାରୀ ୨୭ ରେ ଏଫପିଓ ଖୋଲିଥିଲା ଓ ଜାନୁୟାରୀ ୩୧ ତାରିଖ ଦିନ ଫୁଲ ସବସ୍କ୍ରାଇବ୍ ହେବା ପରେ କ୍ଲୋଜ ହୋଇଥିଲା। ଫଲୋଅନ ପବ୍ଲିକ୍ ଅଫରକୁ ସେକେଣ୍ଡାରୀ ଅଫରିଂ ଭାବେ ମଧ୍ୟ ଜଣାଯାଏ। ଏହା ଏକ ଏପରି ପ୍ରୋସେସ୍ ଯେଉଁଥିରେ ଷ୍ଟକ୍ ଏକ୍ସଚେଞ୍ଜରେ ଲିଷ୍ଟେଡ କମ୍ପାନୀ ତାଙ୍କ ସେୟାରଧାରୀଙ୍କ ସମେତ ନୂଆ ନିବେଶକଙ୍କୁ ମଧ୍ୟ ସେୟାର ଜାରି କରିଥାନ୍ତି।

ତେବେ ଏହା ପୂର୍ବରୁ ଜାନୁୟାରୀ ୨୪ରେ ଆସିଥିଲା ହିଣ୍ଡନବର୍ଗ ରିପୋର୍ଟ। ଏହା ପରଠାରୁ ଆଦାନୀ ଗ୍ରୁପ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ହେବାରେ ଲାଗିଥିଲା। ହିଣ୍ଡନବର୍ଗ ତାଙ୍କ ରିପୋର୍ଟରେ ଆଦାନୀ ଗ୍ରୁପଙ୍କ ଲିଷ୍ଟେଡ ୭ କମ୍ପାନୀ ୮୫ ପ୍ରତିଶତ ଓଭର ଭାଲ୍ୟୁଡ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଆଦାନୀ ସମୂହ ଦୀର୍ଘ ଦଶନ୍ଧୀରୁ ଷ୍ଟକ୍ ହେରଫେର ଓ ମନିଲଣ୍ଡ୍ରିଂରେ ଲାଗି ରହିଛନ୍ତି। ଖାସ୍ ଏଥିଯୋଗୁ ଆଦାନୀ ସମୂହଙ୍କୁ ଗତ ୭ଟି ବ୍ୟବସାୟୀକ ଦିବସରେ ୯ ଲକ୍ଷ କୋଟି ଟଙ୍କାର ମାର୍କେଟ୍ କ୍ୟାପିଟାଲ ହରାଇବାକୁ ପଡିଛି।

ସେୟାର ମାର୍କେଟ୍‌ରେ ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ୍, ଆଦାନୀ ୱିଲମର, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ଟ୍ରାନ୍ସମିସନ, ଆଦାନୀ ପୋର୍ଟସ୍, ଆଦାନୀ ଏଣ୍ଟରପ୍ରାଇଜେସ୍, ଅମ୍ବୁଜା ସିମେଣ୍ଟସ୍, ଏସିସି ଓ ଏନଡି ଟିଭିକୁ ମିଶାଇ ମୋଟ ୧୦ଟି କମ୍ପାନୀ ଲିଷ୍ଟେଡ୍ ଅଛନ୍ତି। ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଏହି ସବୁ କମ୍ପାନୀଙ୍କ ସେୟାର ମୂଲ୍ୟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.