ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ କେହି ମାଗଣା ସୁବିଧା କହି ନାହିଁ, କେଜ୍ରିୱାଲଙ୍କୁ ସୀତାରମଣଙ୍କ କଡ଼ା ଜବାବ

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ: ବିଜେପି ଏବଂ ଆପ୍ ମଧ୍ୟରେ ମାଗଣା ଯୋଜନାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ଭିତରେ କେଜ୍ରିୱାଲଙ୍କୁ ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମାଗଣା ସୁବିଧା ପ୍ରସଙ୍ଗକୁ ଭୁଲ ରାସ୍ତାରେ ନେଉଛନ୍ତି । ସେ କହିଛନ୍ତି, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ କେଜ୍ରିୱାଲଙ୍କ ଦ୍ୱାରା ମାଗଣା ସୁବିଧା କହୁଯିବା ଗରିବଙ୍କ ମନରେ ଚିନ୍ତା ଏବଂ ଭୟ ସୃଷ୍ଟି କରିବାର କେବଳ ଏକ ପ୍ରୟାସ। ଅର୍ଥମନ୍ତ୍ରୀ କହିଛନ୍ତି ଦେଶରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ କେହି ବି ମାଗଣା ସୁବିଧା ବୋଲି ବିଚାର କରି ନାହାନ୍ତି। ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ କେବେ ବି ମାଗଣା ସୁବିଧା ବୋଲି କହୁଯାଇ ନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଅରବିନ୍ଦ କେଜ୍ରିୱାଲ ମାଗଣା ସବୁଧାକୁ ନେଇ କେନ୍ଦ୍ର ଉପରେ ଗୋଟିଏ ପରେ ଗୋଟିଏ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ କହିଥିଲେ, କେନ୍ଦ୍ର ସରକାର ଯେଉଁପରି ଭାବେ ଲୋକଙ୍କୁ ମାଗଣା ସୁବିଧା ଉପଲବ୍ଧ କରାଇବାକୁ ବିରୋଧ କରୁଛି, ସେଥିରୁ ଜଣାପଡୁଛି ଯେ ତାଙ୍କର ଆର୍ଥିକ ସ୍ଥିତି ଗଡବଡ ଅଛି।

ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନ ପୂର୍ବରୁ ମତଦାତାଙ୍କୁ ରାଜନୈତିକ ଦଳ ପକ୍ଷରୁ ଘୋଷଣା କରାଯାଉଥିବା ମାଗଣା ସୁବିଧା ଉପରେ ବିତର୍କ କରିବା ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ କେବେ ବି ମାଗଣା ବୋଲି କୁହାଯାଇ ନାହିଁ। ଭାରତ ସରକାର କେବେ ବି ଏପରି କହି ନାହାନ୍ତି। ଏଥିପାଇଁ ଶିକ୍ଷା ଏହଂ ସ୍ୱାସ୍ଥ୍ୟକୁ ମାଗଣା ସୁବିଧା କହି, କେଜ୍ରିୱାଲ ଗରିବଙ୍କ ମନରେ ଚିନ୍ତା ଏବଂ ଭୟ ସୃଷ୍ଟି କରିବାକୁ ପ୍ରସାୟ କରୁଛନ୍ତି। ଏହା ଉପରେ ବାସ୍ତବିକ ବିତର୍କର ଆବଶ୍ୟକତା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.