ପ୍ଲେ ଷ୍ଟୋରରୁ ହଟିବ ଲୋନ ଦେଉଥିବା ବେଆଇନ ଆପ୍, ସରକାର ନେବେ ବଡ଼ ପଦକ୍ଷେପ

Published By : Prameya-News7 Bureau | September 09, 2022 IST

ନୂଆଦିଲ୍ଲୀ: ଦେଶରେ ବେଆଇନ ଲୋନ ଆପର ବଢୁଥିବା ସଂଖ୍ୟା ଏବଂ ଏହା ଜରିଆରେ ହେଉଥିବା ଜାଲିଆତିକୁ ରୋକିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନେତୃତ୍ୱରେ ହୋଇଥିବା ବୈଠକରେ ଆରବିଆଇକୁ ଏକ ସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆରବିଆଇ ବୈଧ ଲୋନ ଆପର ସୂଚୀ ପ୍ରସ୍ତୁତ କରିବ ଏବଂ ଆଇଟି ମନ୍ତ୍ରଣାଳୟ ସୂଚୀରେ ଉପଲବ୍ଧ ଆପକୁ ହିଁ ଆପ୍ ଷ୍ଟୋରରେ ଯେପରି ଉପଲବ୍ଧ ରହିବ ତାହା ସୁନିଶ୍ଚିତ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ଡିଜିଟାଲ ନେଣଦେଣ ଆପ୍ କେନ୍ଦ୍ରୀୟ ବ୍ୟାଙ୍କ ସହ ପଞ୍ଜିକୃତ ନାହାନ୍ତି ଏହଂ ସ୍ୱୟଂ ପରିଚାଳିତ। ନିକଟରେ ଅନେକ ଗୁଡିକ ଡିଜିଟାଲ ଲେଣ୍ଡିଂ ଆପର ନିର୍ଯାତନା ଯୋଗୁଁ ଋଣ ନେଇଥିବା ବ୍ୟକ୍ତି ଆତ୍ମହତ୍ୟା କରିଥିବ ଖବର ସାମନାକୁ ଆସିଥିଲା ।

ଅନ୍ୟପଟେ ବେଆଇନ ଆପର ପ୍ରଚାରକୁ ରୋକିବା ପାଇଁ କର୍ପୋରେଟ ମାମଲାର ମନ୍ତ୍ରଣାଳୟ ସେଲ କମ୍ପାନିକୁ ଚିହ୍ନଟ କରିବ ଏବଂ ଏହାର ଦୁରୁପଯୋଗକୁ ରୋକିବା ପାଇଁ ସେମାନଙ୍କ ରେଜିଷ୍ଟ୍ରେସନକୁ ରଦ୍ଦ କରିବ। ଏହାଛଡା ଏହି ଆପ ଗୁଡିକ ବାବଦରେ ଗ୍ରାହକ, ବ୍ୟାଙ୍କ କର୍ମଚାରୀ, ସରକାରୀ ଏଜେନ୍ସି ଏବଂ ଅନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.