ନୂଆଦିଲ୍ଲୀ, ୨୩/୦୩: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ କାଶ୍ମୀର ପ୍ରସଙ୍ଗକୁ ପ୍ରଥମେ ଜାତିସଂଘରେ ଉପସ୍ଥାପନ କରିଥିଲେ । ହେଲେ ଏହା ଭାରତର ସମସ୍ୟା ହୋଇଥିବାରୁ ବିଶ୍ୱ ସ୍ତରକୁ ଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନେହେରୁ ଜାତିସଂଘ ସୁରକ୍ଷା ପରିଷଦରେ ୧୯୪୮ରେ ଏକ ପିଟିସନ୍ ଦାଏର କରିଥିଲେ । କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଯୁଦ୍ଧ ପରେ ସେ ଏପରି କରିଥିଲେ । ପିଟିସନ୍ ଦାଖଲ ପରେ ସୁରକ୍ଷା ପରିଷଦ ଦୁଇ ଦେଶ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ଏକ ୟୁଏନ୍ କମିଶନ ଗଠନ କରିଥିଲା ।
wp:html/wp:htmlIt was our first PM Pt. Jawahar Lal Nehru ji who internationalised the Kashmir issue. He took it to the United Nations in December 1947. Why?...This issue shouldn't have gone to a global forum. It's an Indian issue. We could've handled it.
— NSitharamanOffice (@nsitharamanoffc) March 23, 2022
- Smt @nsitharaman in Rajya Sabha. pic.twitter.com/23lAFfFL9C
ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ଉଠାଇ ନିର୍ମଳା କହିଥିଲେ ଯେ 'କାଶ୍ମୀର ହେଉଛି ଭାରତ ସହିତ ଜଡ଼ିତ ସମସ୍ୟା । କଂଗ୍ରେସ୍ ଏହାକୁ ନେଇ ଜାତିସଂଘରେ ପହଞ୍ଚାଇଦେଇଥିଲା । କିଏ ପହଞ୍ଚାଇଥିଲେ ? ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁ ଏହାକୁ ନେଇ ୟୁଏନ୍ ପଖରେ ଫେରଦ ହୋଇଥିଲେ । କାହିଁକି? କାରଣ ଇଂରେଜମାନେ ତାଙ୍କୁ କହିଥିଲେ ଯେ ଏହି ପ୍ରସଙ୍ଗ ଆଉ କେଉଁଠାରେ ସମାଧାନ ହୋଇପାରିବ ନାହିଁ । ପରେ ସେ ଏହାକୁ ୟୁଏନ୍ ପାଖରେ ଉଠାଇଥିଲେ' ।
ତେବେ ଏହି ପ୍ରସଙ୍ଗ ଗ୍ଲୋବାଲ୍ ଫୋରମ୍ରେ ପହଞ୍ଚିବା ଉଚିତ୍ ନଥିଲା । ଏହା କେବଳ ଭାରତର ସମସ୍ୟା ଥିଲା । ଆମେ ଏହାର ସମାଧାନ କରିପାରିଥାନ୍ତୁ । ବର୍ତ୍ତମାନ ଏହାକୁ ଆମେ ସମ୍ଭାଳୁଛୁ ଏବଂ ଏହାର ପାର୍ଥକ୍ୟ ମଧ୍ୟ ଦେଖୁଛୁ ବୋଲି ନିର୍ମଳ ସୀତାରମଣ କହିଛନ୍ତି ।