oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଛୋଟ ସହର ଗୁଡିକୁ ମିଳିବ ବଡ ପରିଚୟ, ବଜେଟରେ ରପ୍ତାନୀକୁ ନେଇ ହୋଇପାରେ ବଡ ଘୋଷଣା

18/01/2022 at 10:16 PM

ନୂଆଦିଲ୍ଲୀ,୧୮/୦୧; ଆସନ୍ତା ବଜେଟରେ ଛୋଟ ସହର ପାଇଁ ହୋଇପାରେ ବଡ଼ ଘୋଷଣା। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କିଛି ବଡ ଘୋଷଣା କରିପାରନ୍ତି। ଛୋଟ ସହର ଗୁଡିକୁ ରପ୍ତାନୀର କେନ୍ଦ୍ର ରୁପେ ସ୍ଥାପିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇପାରେ। ଏହା ଅଧିନରେ ଛୋଟ ସହରରେ ଡେଡିକେଟେଡ ରପ୍ତାନୀ କେନ୍ଦ୍ର ଏବଂ ଏଥିପାଇଁ ସ୍ୱତନ୍ତ୍ର ବିଜେଟ ଆବଣ୍ଟିତ ହୋଇପାରେ। କେନ୍ଦ୍ର ସରକାର ୨୦୨୨-୨୩ରେ ଦ୍ରବ୍ୟ ଗୁଡିକର ରପ୍ତାନୀକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ର ସରକାର ୨୦୨୨-୨୩ରେ ୫୦୦ ବିଲିୟନ ଡଲାର ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ରପ୍ତାନୀ କେନ୍ଦ୍ରର ପରିସର ବିସ୍ତାର କରିବାକୁ ଚାହୁଁଛନ୍ତି । ଏହା ଅନୁଯାୟୀ, ଏଣିକି ଛୋଟ ଛୋଟ ସହରରୁ ରପ୍ତାନୀ ପାଇଁ ସମ୍ଭାବନା ଗୁଡିକୁ ଚିହ୍ନଟ କରାଯାଉଛି । ଏହାସହ ସେଠାରେ ଏପରି ଭିତ୍ତିଭୂମି ନିର୍ମାଣର ଯୋଜନା ରହିଛି, ଯାହାଦ୍ୱାରା  ରପ୍ତାନୀ ପାଇଁ ସହଜରେ ଦ୍ରବ୍ୟ ଗୁଡିକୁ ସ୍ଥାନାନ୍ତର କରାଯାଇପାରିବ ।

ସେହିପରି ପୂର୍ବରୁ ଥିବା ଓଡିଓପି ସ୍କିମକୁ ମଧ୍ୟ ମଜବୁତ କରାଯିବ । ଯାହା ଦ୍ୱାରା କମ ରପ୍ତାନୀ କରୁଥିବା ରାଜ୍ୟ ଗୁଡିକ ମୋଟ ରପ୍ତାନୀରେ ଅଧିକ ଅଂଶୀଦାର ହୋଇପାରିବେ । ବର୍ତ୍ତମାନ ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ପରି ରାଜ୍ୟରୁ ଅଧିକ ରପ୍ତାନୀ ହେଉଛି । ଉତ୍ତର ଭାରତ ରାଜ୍ୟ ଗୁଡିକରୁ ରପ୍ତାନୀ ବୃଦ୍ଧି ପାଇଁ ବିଶେଷ ବ୍ୟବସ୍ଥା ହୋଇପାରେ । ଯେଉଁଠାରେ କୃଷିଜାତ ଦ୍ରବ୍ୟ ଉପରେ ସ୍ୱତନ୍ତ୍ର ରୁପେ ଧ୍ୟାନ ଦିଆଯିବ ।

ଚଳିତ ଆର୍ଥିକ ବର୍ଷରେ ୪୦୦ ବିଲିୟନ ଡଲାରର ଉପଲବ୍ଧି ହାସଲ ହୋଇପାରେ । ଚଳିତ ବର୍ଷର ପ୍ରଥମ ୯ ମାସକେ ୩୦୦ ବିଲିୟନ ଡଲାରର ରପ୍ତାନୀ ହୋଇସାରିଛି। ଆସନ୍ତା ବର୍ଷ ପାଇଁ ୫୦୦ ବିଲିୟନ ଡଲାରର ଲକ୍ଷ୍ୟ ରଖାଯାଇଛି।

   Related Posts