ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ

Published By : Prameya-News7 Bureau | May 31, 2019 IST

ନୁଆଦିଲ୍ଲୀ ୩୧/୫ : ନରେନ୍ଦ ମୋଦି କ୍ୟାବିନେଟରେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ହୋଇସାରିଛି । ଅର୍ଥମନ୍ତ୍ରାଳୟ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି । ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି । ମୋଦି ସରକାରଙ୍କ ଗତଥର ମନ୍ତ୍ରିମଣ୍ଡଳରେ ନିର୍ମଳା ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ପ୍ରଥମଥର ପାଇଁ ସେ ଦେଶର ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବାବେଳେ କିଛି ସମୟ ପାଇଁ ଅର୍ଥ ମନ୍ତ୍ରାଳୟ ଓ ସୁରକ୍ଷା ମନ୍ତ୍ରାଳୟ ଦାୟିତ୍ୱ ନେଇଥିଲେ । କିନ୍ତୁ ନିର୍ମଳା ସୀତାରମଣ ଆସନ୍ତ ୫ ବର୍ଷ ପାଇଁ ଅର୍ଥମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ଏହାଛଡା ତାଙ୍କୁ କର୍ପୋରେଟ ଆଫେୟର୍ସ ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ନିର୍ମଳା ସୀତାରମଣଙ୍କ ଜନ୍ମ ତାମିଲନାଡୁର ମଦୁରାଇରେ । ସେ ତିରୁଚିରାପଲ୍ଲିରେ ନିଦର ସ୍କୁଲ ଶିକ୍ଷା ସମ୍ପୁର୍ଣ କରିଥିଲେ । ସୀତା ଲକ୍ଷ୍ମୀ ରାମାସ୍ୱାମୀ କଲେଜରୁ ସେ ଅର୍ଥଶାସ୍ତ୍ରରେ ସ୍ନାତ୍ତକ କରିଛନ୍ତି । ଦିଲ୍ଲୀ ସ୍ଥିତ ଜବାହାରଲାଲ ୟୁନିଭର୍ସିଟିରୁ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ନିର୍ମଳାଙ୍କ ପିତା ଜଣେ ରେଳ କର୍ମଚାରୀ ଥିଲେ । ସୁରକ୍ଷାମନ୍ତ୍ରୀ ଭାବେ ନିର୍ମଳାଙ୍କ ପ୍ରଦର୍ଶନ ସର୍ବୋତ୍ତମ ଥିଲା । ତେବେ ଅର୍ଥମନ୍ତ୍ରୀ ଭାବେ ସେ କିପରି କାର୍ଯ୍ୟ ତୁଲାଇବେ ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.