ସିବିଆଇ କବଜାରେ ନିର୍ମଳ ଇନଫ୍ରା ଚିଟ ଫଣ୍ଡ କମ୍ପାନୀ ଏମଡି ନିରଞ୍ଜନ ସକସେନା ଗିରଫ

Published By : Prameya-News7 Bureau | September 29, 2018 IST

ଭୁବନେଶ୍ୱର ୨୯/୯ : ପୁଣି ସକ୍ରିୟ ସିବିଅାଇ । ଦୀର୍ଘ ଦିନର ନିରବତା ପରେ ପୁଣିଥରେ ଚେଇଁ ଉଠିଛି ସିବିଅାଇ । ଚିଟଫଣ୍ଡ ଟଙ୍କା ହଡପ ଘଟଣାରେ ସିବିଅାଇ ପଞ୍ଝାରେ ପଡିଛି ଅାଉ ଜଣେ ଏମଡି । ନିର୍ମଳ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ କମ୍ପନୀର ଏମଡି ନିରଞ୍ଜନ ସକସେନାକୁ ଗିରଫ କରିଛି ସିବିଅାଇ । ମଧ୍ୟପ୍ରଦେଶ ପୋଲିସ ସହାୟତାରେ ଭୋପାଳରୁ ନିରଞ୍ଜନକୁ ସିବିଅାଇ କରିଛି ଗିରଫ । ନିର୍ମଳ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ନାରେ ନିରଞ୍ଜଜନ ଚିଟଫଣ୍ଡ ଠକେଇ କରୁଥିଲେ । ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କଠାରୁ ୫୦୦ ରୁ ଉର୍ଦ୍ଧ୍ବ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିଭିନ୍ନ ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା । ଅନ୍ୟପଟେ ଓଡିଶାରେ ମଧ୍ୟ ନିରଞ୍ଜଜନ ତାଙ୍କ ଚିଟଫଣ୍ଡ ନେଟଓାର୍କ ଅବାଧରେ ଚଳାଇ ଅାସୁଥିଲେ । ପାଖାପାଖି ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ସିବିଅାଇ ସୁତ୍ରରୁ ଜଣାପଡିଛି । ଏହାକୁ ନେଇ ନିରଞ୍ଜନଙ୍କ ସମେତ ନିର୍ମଳ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ନାରେ ବିଭିନ୍ନ ଥାନାରେ ମଧ୍ୟ ମାମଲା ଦାୟର ହୋଇଥିଲା । ଏ ସମସ୍ତ ଘଟଣାକୁ ନେଇ ସିବିଅାଇ ସ୍କାନରରେ ଥିଲେ ନିରଞ୍ଜନ । ଭୋପାଳରୁ ନିରଞ୍ଜଜନକୁ ଗିରଫ କରିବା ପରେ ସିବିଅାଇ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଅାଣି ଭୁବନେଶ୍ବର ସ୍ପେସାଲ ସିଜିଏମ କୋର୍ଟରେ ହାଜର କରିଥିଲା । କୋର୍ଟରେ ହାଜର ପରେ ନିରଞ୍ଜନକୁ ୧୪ ଦିନ ପାଇଁ ଜୁଡିସିଅାରି କଷ୍ଟଡିକୁ ପଠାଯାଇଛି । ଏବେ ନିରଞ୍ଜନ ଝାରପଡା ଜେଲରେ ଅଛନ୍ତି । ପୂର୍ବରୁ ନିର୍ମଳ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଘଟଣାରେ କମ୍ପାନୀର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିଲା । ତେବେ ନିଞ୍ଜନକୁ ଜେରା କରିବା ପାଇଁ ସିବିଅାଇ ସମସ୍ତ ପ୍ରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ନିର୍ମଳ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଘଟଣାରେ କିଏ କିଏ ସମ୍ପୃକ୍ତ । ରାଜନେତା, ପୋଲିସ, ସରକାରୀ ବାବୁମାନେବି ଏହି ଚିଟଫଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସିବିଅାଇ ସୁତ୍ରରୁ ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.