ନିର୍ଭୟା କାଣ୍ଡର ଏହି ଦୋଷୀକୁ ଫାଶୀ ପୂର୍ବରୁ ମୃତ ମାନି ନେଇଛନ୍ତି ତାଙ୍କ ଗାଁ ଲୋକେ

Published By : Prameya-News7 Bureau | February 17, 2020 IST

ଗୋରଖପୁର ୧୭।୨:  ୩ ମାର୍ଚ୍ଚ ୨୦୨୦ ସକାଳ ୬ଟା ନିର୍ଭୟା ଦୋଷୀଙ୍କ ଦଣ୍ଡ ଧାର୍ଯ୍ୟ କରିଛନ୍ତି ପାଟିଆଲା ହାଉସ୍ କୋର୍ଟ। ଦିଲ୍ଲୀ ବସ୍ ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଦୋଷୀଙ୍କ ମଧ୍ୟରୁ ଗୋରଖପୁର ବସ୍ତି ଜିଲ୍ଲା ଜଗନ୍ନାଥପୁରର ପବନ ଅଗ୍ରୱାଲ ବି ଫାଶୀପାଇବ। ତେବେ ଯେଉଁ ଦିନ ଦିଲ୍ଲୀର ସେ ଏହି କାଣ୍ଡରେ ସମ୍ପୃକ୍ତ ଥିବା ଲୋକେ ଗାଁରେ ଜାଣିଲେ ସେହି ଦିନ ହିଁ ତାକୁ ଗାଁ ଲୋକେ ତାଙ୍କ ଲାଗି ମୃତ ମାନି ନେଇଥିବା କହିଛନ୍ତି।

{"id":225672,"sizeSlug":"large"}

ପବନ ଓରଫ କାଲୁ ଶୈଶବରେ କ୍ରିକେଟର ଖୁବ୍ ସୌକିନ ଥିଲା। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବାପାଙ୍କୁ ତାଙ୍କ ବ୍ୟବସାୟରେ ସହାୟତା କରିବା ସହ ପାଠ ପାଢୁଥିଲା। ମହାଦେବାରେ ସେମାନଙ୍କର ଏକ ନମକିନ ଫ୍ୟାକ୍ଟ୍ରି ଥିଲା। ହେଲେ ତାହା ନ ଚାଲିବାରୁ ପରିବାର ସହ କାଲୁ ଦିଲ୍ଲୀ ଚାଲିଯାଇଥିବା ବେଳେ ସେଠାରେ ଆରକେ ପୁରମ ରବିଦାସ କ୍ୟାମ୍ପରେ ରହୁଥିଲେ। ଦିଲ୍ଲୀରେ କାଲୁ ଏକ ଜୁସ୍ ସେଣ୍ଟର ଖୋଲିଥିଲା। ନିର୍ଭୟା କାଣ୍ଡକୁ ନେଇ କାଲୁର ମା ଚିନ୍ତାରେ ମରିଯାଇଛନ୍ତି । ତାଙ୍କର କ୍ରିୟା କର୍ମ ଲାଗି କଲୁଙ୍କ ପରିବାର ଥରଟିଏ ଗାଁକୁ ଯାଇଥିଲେ ଓ ଅନ୍ତ୍ୟେଷ୍ଟି ସରିବା ପରେ ପୁଣି ଦିଲ୍ଲୀ ଫେରିଯାଇଛନ୍ତି।

{"id":225673,"sizeSlug":"large"}

ଦିଲ୍ଲୀରେ ପବନ ପାଠ ପଢିବା ସହ ଜୁସ୍ ଦୋକାନ ଚଲାଉଥିଲା। ଭଲ ଦି ପଇସା ଆୟ ଥିବାରୁ ତା ପିତା ଗାଁରେ ଜମି କିଣି ଘର କାମ ବି ଆରମ୍ଭ କରିଥିଲେ। ତେବେ ସାଙ୍ଗମାନଙ୍କ ସହ ମିସି ପୁଅ ଏଭଳି କାଣ୍ଡ କରିବସିଲା ଯାହା ସାରା ପରିବାରକୁ ଗାଁରେ ଏବେ ନିନ୍ଦିତ କରିଛି। ପରିବାର ଲୋକେ ଆଉ ଗାଁକୁ ଆସୁନଥିବା ବେଳେ ସେମାନଙ୍କ ଅଧାତୋଳା ଘରଟି ସେମିତି ପଡି ରହିଛି। ଏବେ ପବନର ଦଣ୍ଡ ତାରିଖ ନିର୍ଦ୍ଧିଷ୍ଟ ହୋଇ ସାରିଥିବା ବେଳେ ଏଥିଲାଗି ଗାଁ ଲୋକଙ୍କ ମନରେ ତା ଲାଗି ସାମାନ୍ୟ ଦୟା ବି ନଥିବା ଜଣାପଡିଛି। କଲୁର ପରିବାରରେ ଏବେ ତା ପିତାଙ୍କ ବ୍ୟତୀତ ଜେଜେମା ଓ ଭଉଣୀଟିଏ ବି ଅଛି। ସେମାନେ ଦିଲ୍ଲୀରେ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.