କାଲି ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ, ମୃତ୍ୟୁ ପୂର୍ବରୁ ଖାଇବାକୁ ମିଳିବ ଏମିତି ଖାଦ୍ୟ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୦୩: ଶେଷରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ ଏବଂ ନିର୍ଭୟାଙ୍କ ପରିଜନକୁ ମିଳିବ  ନ୍ୟାୟ। ନିର୍ଭୟାର ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ଅର୍ଥାତ ଆସନ୍ତାକାଲି ସକାଳ ୫ଟା ୩୦ ମିନିଟରେ ଫାଶୀ ଦିଆଯିବ। ପଟିଆଲା ହାଉସ୍ କୋର୍ଟ ଡେଥ୍ ଓ୍ଵାରେଣ୍ଟ ଉପରେ ରୋକ୍ ଲଗାଇବାକୁ ଦୋଷୀଙ୍କ ପକ୍ଷରୁ ଦାୟର ଯାଚିକାକୁ ଖାରଜ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ ଆଇନ ବ୍ୟବସ୍ଥାରେ ଥିବା ଜଟିଳତାର ଫାଇଦା ଉଠାଇ ଦୋଷୀମାନେ ପିଟିସନ ଦାୟର କରି ବାରମ୍ବାର ଫାଶୀ ଦଣ୍ଡକୁ ଘୁଞ୍ଚାଇ ଚାଲିଥିଲେ। ଏହା ପୂର୍ବରୁ ଫାଶୀ ପାଇଁ ମାର୍ଚ୍ଚ ୩ ତାରିଖ ସ୍ଥିର ହୋଇଥିଲା, ଯାହା ଘୁଞ୍ଚି ଯାଇଥିଲା। ଆସନ୍ତୁ ଜାଣିବା ଫାଶୀ ପୂର୍ବରୁ ଆସନ୍ତାକାଲି ଦୋଷୀଙ୍କୁ କଣ ଖାଇବାକୁ ଦିଆଯିବ।

{"id":241099,"sizeSlug":"large"}

ନିର୍ଭୟାର ଚାରି ଦୋଷୀ ଅକ୍ଷୟ ଠାକୁର, ମୁକେଶ, ବିନୟ ଶର୍ମା ଓ ପବନ ଗୁପ୍ତାକୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ। ଘାତକ ପବନ ଏହି ସବୁ ଦୋଷୀଙ୍କୁ ଫାଶୀର ଫନ୍ଦାରେ ଝୁଲାଇବାକୁ ପ୍ରସ୍ତୁତ ହୋଇ ରହିଛି। ଏହା ପୂର୍ବରୁ ସେ ପାଞ୍ଚ ଜଣଙ୍କୁ ଫାଶୀରେ ଝୁଲାଇ ସାରିଛି। ଦୁଇଟି ପଟିଆଲା, ଏକ ଆଗ୍ରା, ଏକ ଆହ୍ଲାବାଦ, ଏକ ମରେଠ।

ଉଲ୍ଲେଖଯୋଗ୍ୟ, ଫାଶୀ ଦେବା ପୂର୍ବରୁ ଦୋଷୀଙ୍କୁ ସକାଳେ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚା ପିଇବାକୁ ଦିଆଯାଏ। ଜେଲ୍ ମାନୁଆଲ ଅନୁସାରେ ଫାଶୀ ପୂର୍ବରୁ କଏଦୀଙ୍କୁ ଚା ପିଇବାକୁ ଦିଆଯାଏ। ଚା ଓ ବିସ୍କୁଟ୍ ଦିଆଯିବା ପରେ ସେମାନଙ୍କୁ ଗାଧୋଇବାକୁ ଦିଆଯାଏ। ପିନ୍ଧିବାକୁ କଳା ପୋଷାକ ଦିଆଯାଏ।

{"id":241100,"sizeSlug":"large"}

ଏହା ପରେ ଘାତକ ସେମାନଙ୍କର ଦୁଇ ହାତକୁ ପଛରୁ ବାନ୍ଧି ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇଯିବେ । ଏହା ପରେ ସେମାନଙ୍କୁ କାଠର ପିଣ୍ଡା ଉପରେ ଛିଡା କରାଯିବା ପରେ ସେମାନଙ୍କର ଗୋଡ ବାନ୍ଧି ଦିଆଯିବ। ମୁଣ୍ଡକୁ କଳା କପଡାରେ ଢାଙ୍କି ଦିଆଯିବ । ଚାରି ଜଣଙ୍କ  ବେକରେ ଫାଶୀର ଦଉଡି ବନ୍ଧା ଯାଇ ଘାତକ ଲିଭର ଟାଣି ଦେବେ, ଏଥିରେ ଚାରି ଦୋଷୀଙ୍କ ମୃତ୍ୟୁ ଘଟିବ ।

{"id":241101,"sizeSlug":"large"}

ଫାଶୀ  ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଫନ୍ଦାରେ ଝୁଲା ଯାଇ ରଖାଯିବ । ଏହା ପରେ ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରିବା ପରେ ମୃତ ଘୋଷଣା କରିବେ । ପୁଣି ସେମାନଙ୍କର ଶବକୁ ବ୍ୟବଚ୍ଛେଦ ଲାଗି ହସ୍ପିଟାଲର ଶବ ଗୃହକୁ ପଠାଇ ଦିଆଯିବ । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ମୃତ ଶରୀରକୁ ପରିଜନଙ୍କୁ ହସ୍ତାନ୍ତର କରାଯିବ । ଯଦି କେହି ଶବ ନେବାକୁ ମନା  କରନ୍ତି ତେବେ ତାର ଅନ୍ତିମ ସଂସ୍କାର ତିହାର ଜେଲ୍ କର୍ତୃପକ୍ଷ ଦ୍ୱାରା କରାଯିବ । ଜେଲ୍ ପ୍ରଶାସନ ଦ୍ୱାରା ଚାରି ଦୋଷୀଙ୍କ ସାମଗ୍ରୀକୁ ସେମାନଙ୍କର ପରିବାର ଲୋକଙ୍କ ହାତରେ ହସ୍ତାନ୍ତର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.