ଅପରାଧୀଙ୍କୁ କୋର୍ଟଙ୍କ ମହଲତ ନିଷ୍ପତ୍ତିରେ କାନ୍ଦିଲେ ନିର୍ଭୟାଙ୍କ ମା, ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ ୧୮ ।୧୨ :  ନିର୍ଭୟା ଅପରାଧୀଙ୍କ ତୁରନ୍ତ ଦଣ୍ଡବିଧାନ ଲାଗି ତାଙ୍କ ମା ପାଟିଆଲା ହାଉସ୍ କୋର୍ଟରେ କରିଥିବା ଆବେଦନର ବୁଧବାର ଶୁଣାଣି ହୋଇଛି। କୋର୍ଟ ୪ ଅପରାଧୀଙ୍କୁ ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ କହିଲେ ଯେ ୪ ଜଣଙ୍କୁ ପୁରା ସମୟ ଦିଆଯାଉଛି। ସେମାନେ ଏହି ସମୟରେ ସେମାନଙ୍କ ଅଧିକାର ଅନ୍ତର୍ଗତ ଯେକୌଣସି  ଆଇନଗତ ଉପାୟ ଅଥବା କ୍ଷମାଯାଚନା ଆଦି କରିପାରନ୍ତି। ତେବେ କୋର୍ଟଙ୍କ ଏଭଳି ନିଷ୍ପତ୍ତିରେ ନିର୍ଭୟାଙ୍କ ମା କାନ୍ଦି ପକାଇଛନ୍ତି। କହିଲେ ପୁରା ମାହୋଲ ଏବେ ଅପରାଧୀଙ୍କର ଓ ସେମାନଙ୍କ ଲାଗି କେବଳ ଅଧିକାର ରହିଛି, ଆମ କଥା ଶୁଣୁଛି କିଏ ?

{"id":199380,"sizeSlug":"large"}

ନିର୍ଭୟା ଅପରାଧୀଙ୍କ ଦଣ୍ଡ ବିଧାନରେ ହେଉଥିବା ବିଳମ୍ବ ଲାଗି ତାଙ୍କ ମା କୋର୍ଟଙ୍କ ଶରଣାପନ୍ନ ହେଇଥିଲେ। ତେବେ ଅପରାଧୀଙ୍କ ମଧ୍ୟରୁ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ ରିଭ୍ୟୁପିଟିସନ ଦାଖଲ କରିବା ଯୋଗୁ ଗତ ତାରିଖରେ କୋର୍ଟ ମାମଲାର ଶୁଣାଣି କରିନଥିବା ବେଳେ ବୁଧବାର ଶୁଣାଣିରେ ହୁଏତ ଦଣ୍ଡବିଧାନ ନେଇ କୌଣସି ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଥିଲା। ତେବେ କୋର୍ଟ ସେମାନଙ୍କୁ ପୁରା ୨୦ ଦିନ ମହଲତ ଦେଇଦେଇଛନ୍ତି।

{"id":199381,"sizeSlug":"large"}

ସେପଟେ ସୁପ୍ରିମକୋର୍ଟ ବୁଧବାର ଅକ୍ଷୟ ଠାକୁରର ପୁନର୍ବିଚାର ଆବେଦନକୁ ଅଗ୍ରାହ୍ୟକରି ଦେଇଛନ୍ତି। ତେବେ ଅପରାଧୀଙ୍କ ଦଣ୍ଡ ବିଧାନ ଏବେ ଆଉଟିକେ ସହଜ ହୋଇଯାଇଥିବାରୁ ନିର୍ଭୟାଭଙ୍କ  ସାମାନ୍ୟ ଆଶ୍ୱସ୍ତି ବ୍ୟକ୍ତ କରିଛନ୍ତି। ମଙ୍ଗଳବାର  ସୁପ୍ରିମକୋର୍ଟରେ ନିର୍ଭୟା ଅପରାଧୀଙ୍କ ପୁନର୍ବିଚାର ମାମଲାରୁ ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ ନିଜକୁ ପୃଥକ କରିନେଇଥିଲେ। ନିର୍ଭୟା ଆନ୍ଦୋଳନରେ ତାଙ୍କ ପରିବାରର ସଦସ୍ୟ ସାମିଲ ଥିବାରୁ ନିରପେକ୍ଷ ନିଷ୍ପତ୍ତି ନିମନ୍ତେ ଫୃଥକ ଖଣ୍ଡପୀଠ ଦ୍ୱାରା ପିଟିସନର ଶୁଣାଣି କରିବାକୁ କହିଥିଲେ।

{"id":199386,"sizeSlug":"large"}

ସେହି ଅନୁସାରେ ଜଷ୍ଟିସ୍ ଆର.ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବୁଧବାର ପିଟିସନର ଶୁଣାଣି କରି ଅନ୍ୟ ଅପରାଧୀଙ୍କ ପରି ଅକ୍ଷୟ ମଧ୍ୟ ସମାନ ପିଟିସନ ଦାଖଲ କରିଛି। ଏଣୁ ୨୦୧୮ ମସିହାରେ ସେମାନଙ୍କ ପିଟିସନ ଥରେ କୋର୍ଟରେ ଅଗ୍ରାହ୍ୟ ହୋଇସାରିଥିବା ବେଳେ ପୁଣି ସମାନ ପିଟିସନକୁ ପୁନର୍ବିଚାର ଲାଗି ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛନ୍ତି।ପୂର୍ବରୁ ଅପରାଧୀମାନେ ପ୍ରମାଣ ଏକଜୁଟ୍ କରିବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ଟ୍ରାୟଲ କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ସେମାନଙ୍କର ଏହି ତର୍କ ଉପରେ ଶୁଣାଣି କରିସାରିଛନ୍ତି। ଏଣୁ ଏହାର ପୁନର୍ବିଚାର ସମ୍ଭବ ନୁହେଁ ବୋଲି ପୂର୍ବରୁ କୋର୍ଟ ଜଣାଇସାରିଛନ୍ତି। ଏଣୁ ଅକ୍ଷୟ ଠାକୁରର ପୁନର୍ବିଚାର ନିବେଦନ ଅଗ୍ରାହ୍ୟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.